ଓଡ଼ିଶା

ଲୋକସେବା ଭବନର ବଦଳିବ ନାମ, କାହିଁକି ଜାଣନ୍ତୁ

ଭୁବନେଶ୍ବର: ପୂର୍ବ ନାମକୁ ଫେରିବ ଲୋକସେବା ଭବନ । ଏନେଇ ମୋହନ ସରକାର ଚିନ୍ତା କଲେଣି । କାରଣ ବିଜେଡି ସରକାର ବେଳେ ସଚିବାଳୟକୁ ଲୋକସେବା ଭବନ ନାମରେ ନାମିତ କରିଥିଲେ । ହେଲେ ବର୍ତ୍ତମାନର ବିଜେପି ସରକାର ତାହାକୁ ପରିବର୍ତ୍ତନ କରି ସେହି ସଚିବାଳୟ ରଖିବେ ବୋଲି ଜଣାପଡିଛି। ଏଥିପାଇଁ ଯାହା ନିତିନିୟମ ତାହାର ଅନୁଧ୍ୟାନ କରିବା ପାଇଁ କୁହାଯାଇଛି ।

ରାଜ୍ୟର ସର୍ବୋଚ୍ଚ ଅଫିସ ହେଉଛି ଏହି ଲୋକସେବା ଭବନ। ତେବେ ପୂର୍ବରୁ ଏହା ସଚିବାଳୟ ଭାବେ ନାମିତ ହେଇଥିଲା। କିନ୍ତୁ ତତକାଳିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2019 ମସିହା ଜୁଲାଇ 30 ତାରିଖରେ ଏହା ଲୋକସେବା ଭବନ ହେବ ବୋଲି ବିଧାନସଭାରେ ଘୋଷଣା କରିଥିଲେ। ଏହାପରେ ସଚିବାଳୟ ଲୋକସେବା ଭବନ ଭାବେ ପରିବର୍ତ୍ତନ ହେଲା।

Related Articles

Back to top button
WP Twitter Auto Publish Powered By : XYZScripts.com