ଓଡ଼ିଶାରାଜନୀତି

ବିଜେପିର ମିଛ ବିଷୟରେ ଲୋକଙ୍କୁ ସଚେତନ କର: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଢେଙ୍କାନାଳ ଓ ଗନ୍ଦିଆର ବ୍ଲକଅଧ୍ୟକ୍ଷ ଓ ପଂଚାୟତ କର୍ମୀ l ବିକାଶ କାମରେ ସରକାରୀ କଳର ଅସହଯୋଗ ଅଭିଯୋଗ ଆଣିଲେ l ସୁଭଦ୍ରା ଯୋଜନା ଓ ମାଗଣା ବିଜୁଳି ପ୍ରତିଶୃତି ପାଳନରେ ବିଜେପିର ମିଛ ବିଷୟରେ ଲୋକଙ୍କୁ ସଚେତନ କର ବୋଲି କହିଛନ୍ତି ନବୀନ l

ଢେଙ୍କାନାଳ ଓ ଗନ୍ଦିଆ ବ୍ଲକର ଦୁଇ ଅଧ୍ୟକ୍ଷଙ୍କ ସମେତ ପଂଚାୟତ ପ୍ରତିନିଧି ମାନେ ପୂର୍ବତନ ବିଧାୟକ ଶ୍ରୀ ସୁଧୀର ସାମଲଙ୍କ ନେତୃତ୍ୱରେ ଆଜି ନବୀନ ନିବାସ ଆସି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କୁ ଭେଟି ଥିଲେ l ଏହି ଅବସରରେ ବ୍ଲକ ମାନଙ୍କରେ ବିକାଶ କାମରେ ସରକାରୀ କଳର ଅସହଯୋଗ ଓ ସ୍ଥାନୀୟ ବିଜେପି ନେତାଙ୍କ ବିରୋଧ ସମ୍ପର୍କରେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l

ଏ ବିଷୟ ସେ ସରକାରଙ୍କ ଦୃଷ୍ଟିକୁ ଆଣିବେ ବୋଲି କହିବା ସହ ସୁଭଦ୍ରା ଯୋଜନା ଓ ମାଗଣା ବିଜୁଳି ପ୍ରତିଶ୍ରୁତି ବିଷୟରେ ବିଜେପି ର ମିଛ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ l ଆଜି ମଧ୍ୟ ବାଣପୁର NAC ର କାଉନସିଲର ଓ chairman ମାନେ ମଧ୍ୟ ବିରୋଧୀ ଦଳ ନେତାଙ୍କୁ ଭେଟିଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com