ଜାତୀୟରାଜନୀତି

ଝାଡଖଣ୍ଡରେ ଜିତିବ ଇଣ୍ଡିଆ! ବଡ଼ ଦାବି କଲେ କଂଗ୍ରେସ ଅଧ୍ୟକ୍ଷ ।

ଝାଡଖଣ୍ଡ: ହଲଚଲ ହୋଇଛି ଝାଡଖଣ୍ଡ ରାଜନୀତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ପଦ୍ମ ଧରିବା ପରେ ମାହୋଲ ଏବେ ସରଗରମ । ତେଣୁ ଜେଏମଏମ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଟେନସନ ବଢି ଯାଇଥିବା କୁହାଯାଉଛି । ତେଣୁ ଆଗକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଚାଲିଲାଣି କସରତ୍ ।

ଏହାରି ଭିତରେ ମଙ୍ଗଳବାର ଦିଲ୍ଲୀ ଯାଇ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିଛନ୍ତି ହେମନ୍ତ ସୋରେନ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ ସୋରେନଙ୍କ ସ୍ତ୍ରୀ କଳ୍ପନା ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ହେମନ୍ତ ସୋରେନ ଏହି ମିଟିଂକୁ ଏକ ସୌଜନ୍ୟ ମୂଳକ ସାକ୍ଷାତକାର ବୋଲି କହିଛନ୍ତି । ସେ ଏହାର ଫଟୋ ତାଙ୍କ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେହିପରି ଖଡଗେ ମଧ୍ୟ ଏହି ଫଟୋକୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଆଉ ଲେଖିଛନ୍ତି କି ଏଥର ଝାଡଖଣ୍ଡରେ ଜିତିବ ଆଇଏନଡିଆଇଏ ।

ତେବେ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନରେ ଏହି ସାକ୍ଷାତକାର ହୋଇଥିଲା । କୁହାଯାଉଛି ଯେ ଏହି ବୈଠକରେ ତିନି ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ସେପଟେ ହେମନ୍ତ କହିଛନ୍ତି କି ଆମେ ସମ୍ପୂର୍ଣ୍ଣ ଶକ୍ତି ସହିତ ସରକାର ଚଳାଇବୁ ଏବଂ ଭବିଷ୍ୟତରେ ନିର୍ବାଚନ ମଧ୍ୟ କରିବୁ, ଏଥିପାଇଁ ଆମେ ଏକ ରୋଡମ୍ୟାପ ମଧ୍ୟ ପ୍ରସ୍ତୁତ କରିବୁ ।

Related Articles

Back to top button
WP Twitter Auto Publish Powered By : XYZScripts.com