ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜା ନୂଆ ଇନିଂସ୍ ଆରମ୍ଭ କରିଛନ୍ତି । ଭାରତୀୟ କ୍ରିକେଟ୍ ଦଳର ଭେଟେରାନ୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ରାଜନୀତିରେ ପ୍ରବେଶ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ ହୋଇଛନ୍ତି ।
ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଗୁଜୁରାଟର ଜାମନଗରର ଜଣେ ବିଜେପି ବିଧାୟକ। ରିଭାବା ନିକଟରେ ଜାଡେଜାଙ୍କ ବିଷୟରେ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ସେୟାର କରିଥିଲେ । ସେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ, ରବିନ୍ଦ୍ର ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ନିକଟରେ ଜାଡେଜା ଟି -୨୦ ବିଶ୍ୱକପ ପରେ ଏହି ଫର୍ମାଟରୁ ଅବସର ଘୋଷଣା କରିଥିଲେ ।
ରବିନ୍ଦ୍ର ଜାଡେଜା ପତ୍ନୀ ରିଭାବାଙ୍କ ସହ ଅନେକ ଥର ପ୍ରଚାର କରିଛନ୍ତି । ନିର୍ବାଚନ ସମୟରେ ସେ ତାଙ୍କ ପତ୍ନୀ ରିଭାବାଙ୍କ ସହ ବିଜେପି ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ସେ ଅନେକ ରୋଡ୍ ସୋ ମଧ୍ୟ କରିଥିଲେ। ଜାଡେଜାଙ୍କ ପତ୍ନୀ ରିଭାବା ଜାମନଗର ଉତ୍ତର ସିଟର ଜଣେ ବିଧାୟକ । ଏବେ ରବିନ୍ଦ୍ର ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ।
ରିଭାବା X ରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହା ମାଧ୍ୟମରେ ସେ କହିଥିଲେ ଯେ, ରବିନ୍ଦ୍ର ଜାଡେଜା ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ହୋଇଛନ୍ତି । ସେପଟେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପିର ସଦସ୍ୟତା ଗ୍ରହଣ ପର୍ବ ଆରମ୍ଭ କରିଛନ୍ତି । ସେପ୍ଟେମ୍ବର ୨ରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ସଦସ୍ୟତା ଗ୍ରହଣ କରିଛନ୍ତି ।
ଏହା ପରେ ସାରା ଦେଶରେ ନେତାଙ୍କ ପାଖରୁ ସାଧରଣ ଜନତା ବିଜେପିର ସଦସ୍ୟତା ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ରିଭାବା ୨୦୨୯ରେ ବିଜେପିରେ ଯୋଗ ଦେଇଥିଲେ ।
ତାଙ୍କୁ ୨୦୨୨ରେ ଦଳ ଜାମନଗରରୁ ପ୍ରାର୍ଥୀ କରିଥିଲା । ସେ ଆପ ପ୍ରାର୍ଥୀ କାର୍ଶନଭାଇ କାର୍ମୁରଙ୍କୁ ହରାଇ ଐତିହାସିକ ବିଜୟ ହାସଲ କରିଥିଲେ । ସୂଚନାଯୋଗ୍ୟ, ଗତ ଜୁନରେ ଟି-୨୦ ଅନ୍ତର୍ଜାତୀୟ ବିଶ୍ବକପ୍ରେ ଭାରତର ଐତିହାସିକ ବିଜୟ ପରେ ୩୫ ବର୍ଷୀୟ ଜାଡେଜା ଟି-୨୦ରୁ ଅବସର ଘୋଷଣା କରିଥିଲେ ।