ଓଡ଼ିଶା

ବଜ୍ରପାତ ଜନିତ ମୃତ୍ୟୁରେ ଓଡ଼ିଶା ଆଗରେ: ସୁରେଶ ପୂଜାରୀ

ଭୁବନେଶ୍ୱର: ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟାରେ ଗତ ୫ ବର୍ଷ ଭିତରେ ଓଡ଼ିଶା ଭାରତରେ ସବୁ ରାଜ୍ୟଠାରୁ ଆଗରେ ରହିଛି । ଓଡ଼ିଶାରେ ଗତ ୫ ବର୍ଷରେ ୧୧୦୩ ଜଣ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି । ଆଜି ଅର୍ଥାତ ଗୁରୁବାର ବିଧାନସଭା ପ୍ରଶ୍ନକାଳ ସମୟରେ ଏଭଳି ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ଗତ ୫ ବର୍ଷରେ ଓଡ଼ିଶାରେ ବଜ୍ରପାତରେ ୧୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶ ବଡ଼ ରାଜ୍ୟ ହୋଇ ବି ୫ ବର୍ଷରେ ଯାଇଛି ମାତ୍ର ୫୪୨ ଜୀବନ। ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱରରେ ବଜ୍ରପାତ ମୃତ୍ୟୁସଂଖ୍ୟା ଅଧିକ। ୫ ବର୍ଷରେ ଝାରସୁଗୁଡ଼ାରେ ସର୍ବାଧିକ ୭୨ ଓ ବଲାଙ୍ଗୀରରେ ୫୫ ଜଣଙ୍କ ମୃତ୍ୟୁ ଘଟିଛି।

ଗବେଷଣା କହୁଛି, ଓଡ଼ିଶାରେ ଅଧିକ ଖଣିଜ ପଦାର୍ଥ ଥିବାରୁ ବଜ୍ରପାତ ହେଉଛି। ଖଣିଜ ପଦାର୍ଥ ହେଉଛି ବିଦ୍ୟୁତ୍‌ ସୁପରିବାହୀ । ନିର୍ଦ୍ଦିଷ୍ଟ କେଉଁଠି ବଜ୍ରପାତ ହେବ ଆକଳନ ପାଇଁ ଜ୍ଞାନକୌଶଳ ଆସି ନାହିଁ । ତେବେ ଆମେ ଆପଣଙ୍କୁ କହିରଖୁଛି, ଏହାକୁ ନେଇ ରାଜ୍ୟ ସରକାର ସଜାଗ ବି ଅଛନ୍ତି ।

ରାଜ୍ୟରେ ଅଧିକରୁ ଅଧିକ ତାଳ ଗଛ ଲଗାଯାଇ ଏହାର ନିବାରଣ କରାଯିବା। ଏନେଇ ଗୃହରେ ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏଥିପାଇଁ ତାଳ ଗଛ ଲଗାଇବାକୁ ୭ କୋଟି ଟଙ୍କା ବନ ବିଭାଗକୁ ଦିଆଯାଇଛି। ଏଥିସହିତ ତାଳଗଛ ଲଗାଇବାକୁ ସବୁ ବିଧାୟକ ସଚେତନତା ସହ ସହଯୋଗ କରନ୍ତୁ ବୋଲି ଗୃହରେ ଅନୁରୋଧ କରିଛନ୍ତି ମନ୍ତ୍ରୀ।

Related Articles

Back to top button
WP Twitter Auto Publish Powered By : XYZScripts.com