ଓଡ଼ିଶା

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଚୋରି ସାମଗ୍ରୀ ଜବତ ସହ ୩ଜଣ ଗିରଫ

ବାଲେଶ୍ୱର: ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ ସହ ଚୋରି ସାମଗ୍ରୀ ଏବଂ ୨ଟି ବାଇକ୍ ଜବତ କରିଛି ପୁଲିସ । ଚଳିତ ମାସ ୧ ତାରିଖ ରାତିରେ ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗରେ ଗିରଫ ତିନି ଯୁବକ ପୂର୍ବରୁ ଏହି ସ୍ବାସ୍ଥ୍ୟକେନ୍ଦ୍ର ସହିତ ଜଣେ ନର୍ସଙ୍କ କ୍ୱାର୍ଟର୍ସରୁ ଚୋରି ଘଟଣାରେ ସଂପୃକ୍ତ ବୋଲି ପୁଲିସ୍ ପକ୍ଷରୁ ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀ କୁହାଯାଇଛି ।

ତିନି ଯୁବକଙ୍କ ଘର ଜାମୁଝାଡ଼ି ପଞ୍ଚାୟତରେ ସେମାନଙ୍କ ଠାରୁ ଗୋଟିଏ ଏସି, ଗୋଟିଏ ମୋଟର ପମ୍ପ, ୩ଟି ମୋବାଇଲ, ଗୋଟିଏ ସୁଜିକି ମାକ୍ସ ହଣ୍ଡେଡ୍ ଏବଂ ଗୋଟିଏ ହୋଣ୍ଡା ସାଇନ ବାଇକ୍ ଜବତ କରାଯାଇଛି । ସୂଚନା ଅନୁଯାୟୀ, ଗତ ରବିବାର ରାତିରେ ସ୍ଥାନୀୟ ଥାନା ଅନ୍ତର୍ଗତ ଗରସଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଗୋଟିଏ ଏସି, ମୋଟର ପମ୍ପ ସମେତ ଅନ୍ୟାନ୍ୟ ଔଷଧୀୟ ସାମଗ୍ରୀ ଚୋରି ହୋଇଥିବା ସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡା. ମୁକ୍ତିକାନ୍ତ ସ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ଏ ସଂକ୍ରାନ୍ତରେ ମାମଲା ରୁଜୁ ହୋଇଥିଲା ।

ଥାନାଧିକାରିଣୀ ସ୍ୱର୍ଣ୍ଣଲତା ମିଞ୍ଜ ଏହି ମାମଲାର ତଦନ୍ତ ଦାୟିତ୍ଵ ଏଏସଆଇ କିଶୋର କୁମାର ବେହେରାଙ୍କୁ ଦେଇଥିଲେ । ଶ୍ରୀ ବେହେରା ଏବଂ ସହଯୋଗୀମାନେ ଘଟଣାର ତଦନ୍ତ କରିବା ବେଳେ ସନ୍ଦେହରେ ଜଣେ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ । ସେମାନେ ଏହି ଚୋରି ଘଟଣା ସହିତ ବିଭିନ୍ନ ଚୋରି କରିଥିବା ମାନିଥିଲେ l ଜବତ ଘଟଣାରେ ସମ୍ପୃକ୍ତ ଥିବାର ଜାଣିବାକୁ ପାଇଥିଲେ। ପୁଲିସ ଯୁବକଙ୍କୁ ନେଇ ଗୋଟିଏ ଦୋକାନରୁ ସ୍ବାସ୍ଥ୍ୟକେନ୍ଦ୍ରରୁ ଚୋରି ହୋଇଥିବା ସାମଗ୍ରୀ କରିବାରେ ସଫଳ ହୋଇଛି ।

ଏହି ଯୁବକମାନେ ପୂର୍ବରୁ ସେହି ସ୍ବାସ୍ଥ୍ୟକେନ୍ଦ୍ରରୁ ସାମଗ୍ରୀ ଚୋରି କରିବା ସହିତ ପାଖରେ ଥିବା ଜଣେ ନର୍ସଙ୍କ କ୍ୱାର୍ଟର୍ସରୁ ସୁନା, ରୁପା ଏବଂ ଏଲସିଡି ଟିଭି ଚୋରି କରିଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶଶାଙ୍କ ଶେଖର ବେଉରା କହିଛନ୍ତି। ଗତ ରବିବାର ଚୋରି ମାମଲାରେ ବୁଧବାର ଏହି ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ୩ ଯୁବକଙ୍କ ବୟସ ୨୫ରୁ ୩୦ ହେବ ବୋଲି ପୁଲିସ ସୂଚନା ଦେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com