ଓଡ଼ିଶା

ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ-ତତକ୍ଷଣାତ୍ ବଡ ଆକ୍ସନ ନେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ସତ ହେଉଛି ପୂର୍ବ ଆକଳନ । ମମତା ମହାନ୍ତଙ୍କ ରାସ୍ତାରେ ଏବେ ଆଉ ଜଣେ ସାଂସଦ । ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁଜିତ କୁମାର । ଏନେଇ ସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଦେଇଛନ୍ତି ଇସ୍ତଫା ପତ୍ର ।

ତେବେ ୨୦୨୬ରେ ସରୁଥିଲା ସୁଜିତଙ୍କ କାର୍ଯ୍ୟକାଳ । ହେଲେ ଏହାର ୨ବର୍ଷ ପୂର୍ବରୁ ପଦ ଛାଡିଛନ୍ତି ସୁଜିତ । କିନ୍ତୁ କାହିଁକି ସେ ଇସ୍ତଫା ଦେଇଛନ୍ତି, ତାକୁ ନେଇ ଚାଲିଛି ଆଲୋଚନା । ଫଳରେ ମମତା ମହାନ୍ତଙ୍କ ପରେ ସୁଜିତ କୁମାର ହେଉଛନ୍ତି ୨ୟ ସାଂସଦ ।

ସେପଟେ ବିଜେଡିକୁ ଲାଗିଛି ପୁଣି ଏକ ଝଟକା । ଏନେଇ ତତକ୍ଷଣାତ୍ ବଡ ଆକ୍ସନ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାହ୍କୁ ବହିସ୍କୃତ କରାଯାଇଛି । ତେବେ ସୁଜିତ ମମତାଙ୍କ ପଦାଙ୍କ ଅନୁସରଣ କରୁଥିବା ନେଇ ଜଣାପଡିଛି । କାରଣ ଇସ୍ତଫା ପରେ ପରେ ପଦ୍ମ କ୍ୟାମ୍ପରେ ପହଂଚି ଗେରୁଆ ହୋଇଛନ୍ତି ସୁଜିତ କୁମାର ।

ତେଣୁ ସେ ପୁଣିଥରେ ବିଜେପିରୁ ରାଜ୍ୟସଭା ଯିବା ନେଇ ବଢିଲାଣି ଚର୍ଚ୍ଚା । ଏଠାରେ ମନେପକାଇ ଦେଉଛୁ ଯେ ନିକଟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ରେଳ ପ୍ରୋଜେକ୍ଟକୁ ଖୁବ ପ୍ରଂସଶା କରିଥିଲେ ସୁଜିତ ।

ଏନେଇ ସେ ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଥିଲା । ଆଉ ଏହା ପରଠାରୁ ଚର୍ଚ୍ଚା ହେଉଥିଲା କି ସୁଜିତ ବିଜେଡି ଛାଡିପାରନ୍ତି ଏବଂ ବିଜେପିରେ ମିଶି ପାରନ୍ତି । ଯାହା ଆଜି ସତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com