ଜାତୀୟ

ସୋମନାଥ ଏକ୍ସପ୍ରେସ ଲାଇନଚ୍ୟୁତ, ଚାଲିଛି ଉଦ୍ଧାର ଜାରି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଟ୍ରେନ ଦୁର୍ଘଟଣା । ଲାଇନଚ୍ୟୁତ ହେଲା ସୋମନାଥ ଏକ୍ସପ୍ରେସ । ଇନ୍ଦୋରରୁ ଜବଲପୁର ଯାଉଥିବା ସୋମନାଥ ଏକ୍ସପ୍ରେସ ର ୨ ବଗି ଲାଇନଚ୍ୟୁତ ହୋଇଛି । ଜବଲପୁର ଷ୍ଟେସନରେ ପ୍ଲାଟର୍ଫମ ନମ୍ବର ୬କୁ ଯାଉଥିବା ବେଳେ ଦୁଇଟି ବଗି ଲାଇନଚ୍ୟୁତ ହୋଇଛି।

ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି । ଘଟଣାଟି ସକାଳ ୫.୫୦ ମିନିଟରେ ହୋଇଥିଲା। ଘଟଣାସ୍ଥଳରେ ରେଳବାଇ ଅଧିକାରୀ ଓ ଉଦ୍ଧାରକରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନର ଗତି କମ ଥିବା ଯୋଗୁଁ ବଡ ଦୁର୍ଘଟଣା ବର୍ତ୍ତିଯାଇଛି ।

ପ୍ଲାଟଫର୍ମ ଠାରୁ ୧୫୦ ମିଟର ଦୂରରେ ଏହି ଘଟଣା ଘଟିଥିଲା । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି । ଦୁର୍ଘଟଣାଗ୍ରସ୍ତ ବଗି ଗୁଡିକୁ ରେଳ ଟ୍ରାକ୍ରୁ ହଟାଇବା କାମ ଜାରି ରହିଛି । ପାଖାପାଖି ଅଧ ଘଣ୍ଟା ପାଇଁ ସଂଲଗ୍ନ ଟ୍ରାକରେ ଯାତାୟାତ ବନ୍ଦ ଥିଲା। ତେବେ ରେଳ ଚଳାଚଳ ଉପରେ କୌଣସି ବଡ଼ ପ୍ରଭାବ ପଡି ନାହିଁ। କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ ଜାରି ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com