Featuredଜାତୀୟରାଜନୀତି

୩ ଦିନିଆ ଗସ୍ତରେ କର୍ଣ୍ଣାଟକ ଯିବେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ ଆଜିଠାରୁ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ କର୍ଣ୍ଣାଟକ ଗସ୍ତ କରିବେ । ରାଷ୍ଟ୍ରପତି ଭାବରେ କୌଣସି ରାଜ୍ୟକୁ ଏହା ତାଙ୍କର ପ୍ରଥମ ଗସ୍ତ ହେବ । ତାଙ୍କ ଗସ୍ତରେ ସେ ଆଜି ମଚାମୁଣ୍ଡି ପାହାଡ, ମାଇସୋର ପ୍ରସିଦ୍ଧ ଦଶହରା ମହୋତ୍ସବର ଉଦଘାଟନ କରିବେ । ଏହା ପରେ ସେ ହୁବଲିରେ -ଧରୱାଡ ମ୍ୟୁନିସିପାଲ କର୍ପୋରେସନ ଦ୍ୱାରା ଆୟୋଜିତ ସମ୍ମାନ ଉତ୍ସବ ‘ପୌରା ସମ୍ମାନ’ରେ ମଧ୍ୟ ଯୋଗଦେବେ । ସେ ଧରୱାଡର ଭାରତୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜିର ନୂତନ କ୍ୟାମ୍ପସକୁ ମଧ୍ୟ ଉଦଘାଟନ କରିବେ । ରାଷ୍ଟ୍ରୀୟ ଭବନ ଦ୍ୱାରା ପ୍ରକାଶିତ କାର୍ଯ୍ୟକ୍ରମ ଅନୁଯାୟୀ, ସେପ୍ଟେମ୍ବର ୨୭ ରେ ତାଙ୍କର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ ବେଙ୍ଗାଲୁରୁରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡର ଇଣ୍ଟିଗ୍ରେଟେଡ୍ କ୍ରାଇଜେନିକ୍ ଇଞ୍ଜିନ ନିର୍ମାଣ ସୁବିଧା ଉଦଘାଟନ କରିବେ । ଏହି ବିଶେଷ ଅବସରରେ ସେ ଜୋନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ସାଉଥ୍ ଜୋନ୍) ର ମୂଳଦୁଆ ପକାଇବେ । ସେହି ଦିନ ରାଷ୍ଟ୍ରପତି ସେଣ୍ଟ ଜୋସେଫ ବିଶ୍ୱବିଦ୍ୟାଳୟର ଉଦଘାଟନୀ ସମାରୋହରେ ଯୋଗଦେବେ ଏବଂ ବେଙ୍ଗାଲୁରୁର କର୍ଣ୍ଣାଟକ ସରକାର ତାଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ନାଗରିକ ଅଭିବାଦନ ଗ୍ରହଣ କରିବେ । ରାଷ୍ଟ୍ରିୟ ଭବନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତିଙ୍କ ଗସ୍ତର ଶେଷ ଦିନରେ ଅର୍ଥାତ୍ ସେପ୍େଟମ୍ବର ୨୮ ରେ ସେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବା ପରେ ନୂଆଦିଲ୍ଲୀ ଫେରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com