
ଆଲିଆ ଭଟ୍ଟ ତାଙ୍କର ପ୍ରଥମ ସନ୍ତାନକୁ ରବିବାର ମୁମ୍ବାଇର ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଜନ୍ମ ଦେଇଛନ୍ତି । ପ୍ରସବ ସମୟରେ ରଣବୀର କପୁର ଆଲିଆଙ୍କ ସହ ଉପସ୍ଥିତ ଥିଲେ। କପୁର ପରିବାରରେ ଶିଶୁ କନ୍ୟାଙ୍କ ଆଗମନ ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି। ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଝିଅ ଜନ୍ମ ହୋଇଥିବା ଖବର ଶୁଣିବା ପରେ ସମଗ୍ର କପୁର ଏବଂ ଭଟ ପରିବାରରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ପୂର୍ବରୁ ଖବର ଆସିଥିଲା ଯେ ଆଲିଆ ନଭେମ୍ବରର ଶେଷ ସପ୍ତାହରେ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ଜନ୍ମ ଦେଇପାରନ୍ତି, କିନ୍ତୁ ଆଜି ସକାଳେ ରଣବୀର କପୁର ଆଲିଆଙ୍କ ସହ ଡାକ୍ତରଖାନାରେ ପହଞ୍ଚିଥିଲେ। ଆଲିଆ ଏବଂ ରଣବୀର କପୁର ଏପ୍ରିଲ ୨୦୨୨ ରେ ବିବାହ କରିଥିଲେ।