ଓଡ଼ିଶା

ଲଘୁଚାପ ପ୍ରଭାବରେ କ୍ଷୟକ୍ଷତି, ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ କ୍ଷୟକ୍ଷତି ଓ ମୁକାବିଲା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା l ଆଜି ବିଧାନସଭା ପ୍ରକୋଷ୍ଠ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଏସଆରସି ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥିତି ଓ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମୁଦ୍ରକୁ ଠିକ୍ ଭାବେ ଜଳ ନିଷ୍କାସନ ହୋଇପାରୁନଥିବାରୁ ବହୁ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି ।

ବିଶେଷ କରି କୋରାପୁଟ ଓ ମାଲକାନଗିରି ଜିଲ୍ଲାବାସୀ ବର୍ଷା ଯୋଗୁଁ ଅଧିକମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଅନେକ ଜାଗା ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜଳବନ୍ଦୀ ସମସ୍ୟା ମଧ୍ୟ ଘଟିଛି । ଓଡରାଫ୍, ଏନଡିଆରଏଫ ଏବଂ ଅଗ୍ନିଶମ ବାହିନୀ ସହାୟତାରେ ଲୋକଙ୍କ ଅସୁବିଧାକୁ ତତ୍ପରତାର ସହ ଦୂର କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ରିଲିଫ ସାମଗ୍ରୀ ବ୍ୟାପକ ମାତ୍ରାରେ ମହଜୁଦ ରଖି ପ୍ରଭାବିତ ଲୋକଙ୍କୁ ଯୋଗାଇବାପାଇଁ ସେ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com