ଜାତୀୟ

ରହସ୍ୟମୟ ଯୁବତୀ କିଏ? ଏୟାରପୋର୍ଟରେ ନଜର ଆସିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଅଛନ୍ତି ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ । ସେଠାର ତାଙ୍କର ଅନେକ ଫଟୋ ଭାଇରାଲ ହୋଉଛି । କେତେକ ଫଟୋ ସ୍ବାଗତ ବେଳର ହୋଇଥିବାବେଳେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ସହିତ ଜଡିତ ଥିଲା ।

ଏହି ସମୟରେ ରାହୁଲ ଗାନ୍ଧୀ ଏକ ଫଟୋ ଭାଇରାଲହୋଇଛି, ଯେଉଁଥିରେ ତାଙ୍କୁ ଜଣେ ମହିଳାଙ୍କ ସହ ଦେଖିବାକୁ ମିଳିଥିଲା । ଉତ୍ତରପ୍ରଦେଶ (ୟୁପି)ର ରାଏବରେଲିରୁ ଲୋକ ସଭା ଏମ୍‌ପି ରାହୁଲ ଗାନ୍ଧୀ ରବିବାର ଆମେରିକାର ଟେକ୍ସାସର ଡାଲାସରେ ପହଞ୍ଚିଥିଲେ । ପୂର୍ବତନ କଂଗ୍ରେସ ସଭାପତିଙ୍କୁ ଆମେରିକାର ଭାରତୀୟ ତଥା ବିଦେଶ କଂଗ୍ରେସ (ଆଇଓସି) ସଦସ୍ୟମାନେ ସ୍ବାଗତ କରିଥିଲେ ।

ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତ ସମୟରେ ତାଙ୍କର ଏକ ଫଟୋ ୯ ସେପ୍ଟେମ୍ବର ୨୦୨୪ରେ ସାମ୍ନାକୁ ଆସିଥିଲା ଯେଉଁଥିରେ ଜଣେ ମହିଳା ତାଙ୍କ ସହ ଠିଆ ହୋଇଥିବା ଦେଖାଯାଇଥିଲା । ଏହି ଫଟୋରେ ରାହୁଲ ସବୁଜ ଟି-ଶର୍ଟ ପିନ୍ଧିଥିବାବେଳେ ବିମାନବନ୍ଦର ବାହାରେ ତାଙ୍କ ସହ ଦେଖାଯାଇଥିବା ମହିଳା ଜଣକ ବ୍ରାଉନ ଟପ ପିନ୍ଧିଥିଲେ ।

ଏହି ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦେଖାଯିବାର କିଛି ସମୟ ପରେ ଏହା ଭାଇରାଲ ହେବାରେ ଲାଗିଲା ଏବଂ ଲୋକମାନେ ପଚାରିବାରେ ଲାଗିଲେ ଯେ ମହିଳା ଜଣକ କିଏ? କଂଗ୍ରେସର ସୁପ୍ରିୟା ଶ୍ରୀନେଟ ଏନେଇ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ପିଲାଦିନର ବନ୍ଧୁ ଅମିତାଭ ଦୁବେ ତାଙ୍କ ସହ ଥିବା ଦେଖାଯାଇଥିବା ବେଳେ ମହିଳା ତାଙ୍କ ପତ୍ନୀ ଅମୁଲିଆ ।

Related Articles

Back to top button
WP Twitter Auto Publish Powered By : XYZScripts.com