ଜାତୀୟରାଜନୀତି

ଆଜି କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ

କଂଗ୍ରେସର ସଭାପତି ନିର୍ବାଚନ ପାଇଁ ତାରିଖ ନିର୍ଦ୍ଧାରଣ କରିବାକୁ ଆଜି CWCର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଦଳର ବରିଷ୍ଠ  ନେତା ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ଏହି ବୈଠକ ବେଶ୍‌ ଗୁରୁତ୍ବ ବହନ କରୁଛି  ।  ସଭାପତି ନିର୍ବାଚନ ପାଇଁ କାର୍ଯ୍ୟସୂଚୀକୁ ଅନୁମୋଦନ ଦେବା ସହ ଦଳର ଅନ୍ୟ ନେତା ମାନେ ମଧ୍ୟ ଦଳ ପ୍ରସଙ୍ଗରେ ବିଭିନ୍ନ ମତ ରଖିବେ  । ଆଜାଦଙ୍କ ଦଳରୁ ଇସ୍ତଫା ଏବଂ ଦଳୀୟ ନେତୃତ୍ବଙ୍କୁ ସମାଲୋଚନା ପରିପ୍ରେକ୍ଷୀରେ ଏହା ଗୁରୁତ୍ବପୂର୍ଣ୍ଣ ହେବ ।  ଆଜାଦ ଦଳ ସହିତ ପାଞ୍ଚ ଦଶନ୍ଧିର ସମ୍ପର୍କ ଛିନ୍ନ କରି ଇସ୍ତଫା ଦେବା ସହ ରାହୁଲ ଗାନ୍ଧୀଙ୍କୁ ଦଳର ପରାମର୍ଶଦାତା ବ୍ୟବସ୍ଥା ଭାଙ୍ଗିବା ପାଇଁ ତୀବ୍ର ସମାଲୋଚନା କରିଥିଲେ । କପିଲ ସିବଲ ଏବଂ ଅଶ୍ବିନୀ କୁମାରଙ୍କ ସମେତ ଅନେକ ହାଇ ପ୍ରୋଫାଇଲ ନେତାଙ୍କ ଇସ୍ତଫା ପରେ କଂଗ୍ରେସକୁ ଏକ ବିରାଟ ଝଟକା ଲାଗିଛି । ଆଜି ଅପରାହ୍ନ ୩ଟା୩୦ରେ ବସିବାକୁ ଥିବା ସିଡବ୍ଲୁସି ବୈଠକରେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରବେ ।  ସଭାପତି ନିର୍ବାଚନ ପ୍ରକ୍ରିୟା କିଛି ସପ୍ତାହ ବିଳମ୍ବ ହେବ  ।  ଅକ୍ଟୋବର ସୁଦ୍ଧା ଦଳର ପୂର୍ଣ୍ଣକାଳୀନ ସଭାପତି ନିଯୁକ୍ତ ହେବେ । ଅଗଷ୍ଟ ୨୧ ରୁ ସେପ୍ଟେମ୍ବର ୨୦ ମଧ୍ୟରେ ଏଆଇସିସି ସଭାପତି ନିର୍ବାଚନ ଅନୁଷ୍ଠିତ ହେବ । କଂଗ୍ରେସ ବର୍ତ୍ତମାନ ଭାରତ ଯୋଡୋ ଯାତ୍ରା ଉପରେ ଫୋକସ କରିଥିବା ବେଳେ ନିର୍ବାଚନ ସାମାନ୍ୟ ବିଳମ୍ବ ହୋଇପାରେ  ।

Related Articles

Back to top button
WP Twitter Auto Publish Powered By : XYZScripts.com