ଓଡ଼ିଶା

କୃଷକଙ୍କ ପାଇଁ ଖୁସି ଖବର; ପିପିପି ମୋଡ୍‌ରେ ଖୋଲି ଚାଲିବ ଶୀତଳଭଣ୍ଡାର

ଭୁବନେଶ୍ୱର: କୃଷକଙ୍କ ପାଇଁ ଖୁସି ଖବର l ଆଉ ନଷ୍ଟ ହେବନି ଚାଷ ସମ୍ବନ୍ଧୀୟ ଉତ୍ପାଦ l ଏଣିକି ପ୍ରତି ସବ୍‌ଡିଭିଜନ୍‌ରେଖୋଲିବ ଶୀତଳ ଭଣ୍ଡାର l ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୃଷି ବିଭାଗ ଦ୍ୱାରା ତ୍ୱରିତ୍‌ ପଦକ୍ଷେପ ନିଆଯାଇଛି । ଏଥିସହ ସୌରଚାଳିତ ଭଣ୍ଡାର ପ୍ରତିଷ୍ଠାକୁ ବେଶି ଗୁରୁତ୍ୱ ଦିଆଯାଇଛି ।

ଗୁରୁବାର କୃଷିଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବା ନେଇ ବୈଠକ ବସିଥିଲା । ଏଥିରେ ଶୀତଳ ଭଣ୍ଡାର ସେବା ପ୍ରଦାନକାରୀ ସଂସ୍ଥାମାନେ ଯୋଗଦେଇ ନିଜ ନିଜ ସଂସ୍ଥାର ସେବା ବିଷୟରେ ଉପସ୍ଥାପନା କରିଥିଲେ ।

ଏକ ବିଦ୍ୟୁତ୍‌ଚାଳିତ ଶୀତଳ ଭଣ୍ଡାର କମ୍ପାନି ଓ ଅନ୍ୟଟି ସୌରଚାଳିତ ଶୀତଳ ଭଣ୍ଡାର କମ୍ପାନି ନିଜର ସେବା, ଜ୍ଞାନକୌଶଳ, ଷ୍ଟୋରେଜ୍‌ କାପାସିଟି, ଖର୍ଚ୍ଚ ଆକଳନ, ବିଶେଷତ୍ୱ ସମ୍ବନ୍ଧୀୟ ତଥ୍ୟ ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଆଗରେ ଉପସ୍ଥାପନ କରିଥିଲେ । ସରକାର ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଛନ୍ତି ଏବଂ ସବ୍‌ସିଡି ସମ୍ପୃକ୍ତ ଉଦ୍ୟୋଗୀମାନଙ୍କୁ ଯୋଗାଇ ଦିଆଯାଉଛି ।

ଏହାର ସୁଯୋଗ ନେବାକୁ ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ । ପିପିପି ମୋଡ୍‌ରେ ଶୀତଳ ଭଣ୍ଡାରଗୁଡ଼ିକ କାର୍ଯ୍ୟକ୍ଷମ ହେବ । ଏହାର ଅଧିକତମ ଫାଇଦା କୃଷକମାନେ ପାଇବା ଆବଶ୍ୟକ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଥିଲେ ।

ବିଭାଗୀୟ ଅଧିକାରୀଙ୍କ ଏକ ଦଳ ଏହିସବୁ ସଂସ୍ଥାମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାର ପରିଦର୍ଶନ କରି ବିଭାଗକୁ ତଥ୍ୟ ପ୍ରଦାନ କରିବେ । ତଥ୍ୟ ଆଧାରରେ ବିଭାଗ ଆଗାମୀ ନିଷ୍ପତ୍ତି ନେବ ବୋଲି ଡ. ପାଢ଼ୀ କହିଥିଲେ ।

ବୈଠକରେ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ ପୱନ୍‌ କଲ୍ୟାଣ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶୀତଳ ଭଣ୍ଡାର ଖୋଲିବା କଥା ଶୁଣି ଚାଷୀମାନେ ଖୁସି ବ୍ୟକ୍ତ କରିଛନ୍ତି l

Related Articles

Back to top button
WP Twitter Auto Publish Powered By : XYZScripts.com