ଓଡ଼ିଶା

ଦିବ୍ୟାଙ୍ଗ ଯୁବତୀଙ୍କୁ ନ୍ୟାୟ ଦେବା ପାଇଁ ଆଗକୁ ଆସିଲା ରାଜ୍ୟ ଦିବ୍ୟାଙ୍ଗ ସଂଘ

ବାଲେଶ୍ୱର(ପ୍ରଭାତୀ ଦାସ): ଦିବ୍ୟାଙ୍ଗ ଯୁବତୀଙ୍କୁ ଜଣେ ଗୋ ମିତ୍ର ଦୁଷ୍କର୍ମ କରିବା ପରେ ଭାରସାମ୍ୟ ହରାଇ ଯୁବତୀ ବିଷ ପାନ କରି ଆତ୍ମହତ୍ୟା କରିଛି । ଏଇ ଘଟଣାକୁ ନେଇ ରାଜ୍ୟ ଦିବ୍ୟାଙ୍ଗ ସଂଘ ସିମୁଳିଆ ଥାନାରେ ଅଭିଯୋଗ କରିଛି ।

ବାଲେଶ୍ବର ଜିଲା ସିମୁଳିଆ ଥାନା ଅଞ୍ଚଳରେ ଜଣେ ୩୯ ବର୍ଷୀୟ ମୁକ ବଧିର ଯୁବତୀଙ୍କ ପରିବାରରେ କେହି ନ ଥିବାର ସୁଯୋଗ ନେଇ ଜୈନିକ ଗୋମିତ୍ର ସଞ୍ଜୟ ସାହୁ ବିବାହର ପ୍ରତିଶ୍ରୁତି ଦେଇ ବଳ ପୂର୍ବକ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଦିବ୍ୟାଙ୍ଗ ଯୁବତୀ ଲୋକ ଲଜ୍ଜାରେ ୨ତାରିଖ ରାତିରେ ବିଷ ପିଇ ମୃତ୍ୟୁବରଣ କରିଥିଲେ । ଯୁବତୀ ଆତ୍ମହତ୍ୟା ଘଟଣାର ଭିନ୍ନ ମୋଡ ଦେଖିବାକୁ ମିଳିଛି ।

ଦିବ୍ୟାଙ୍ଗ ଯୁବତୀ ଲୋକ ଲଜ୍ଜାରେ ଗତ ୨ତାରିଖ ରାତିରେ ବିଷ ପିଇ ମୃତ୍ୟୁବରଣ କରିଥିଲେ । ଏ ସମ୍ପର୍କରେ ଯୁବତୀଙ୍କ ବାପା ସିମୁଳିଆ ଥାନାରେ ଗତ ଚାରି ତାରିଖରେ ଅଭିଯୋଗ କରିଥିଲେ ହେଁ ପୁଲିସ ପକ୍ଷରୁ କୌଣସି ତଦନ୍ତ କରାଯାଇନଥିବା ଅଭିଯୋଗ ହୋଇଛି । ପରେ ଗତ ୬ ତାରିଖ ଦିନ ଝିଅର ବାପା ଅଭିଯୋଗ ଭିତ୍ତିହୀନ ଦର୍ଶାଇ ଥାନାରୁ ଅଭିଯୋଗ ଉଠାଇ ଆଣିଥିଲେ ।

ଏଭଳି ସମ୍ବେଦନଶୀଳ ଘଟଣାକୁ କାହିଁକି ପୋଲିସ କାର୍ଯ୍ୟାନୁଷ୍ଠାନ କରିନଥିଲା ଦିବ୍ୟlଙ୍ଗ ସଂଘ ପ୍ରଶ୍ନ ଉଠାଇଛି l ଅଲ ଓଡ଼ିଶା ରାଜ୍ୟ ଦିବ୍ୟାଙ୍ଗ ଜନ କଲ୍ୟାଣ ସଂଘର ରାଜ୍ୟ ସଭାପତି ନାରାୟଣ ରାଉତ ଓ ସାଧାରଣ ସମ୍ପାଦିକା ଝୁନୁଲତା ଦାସ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି ।

ଦିବ୍ୟlଙ୍ଗ ବାପାକୁ ଧମକ ଦେଇ ଅଭିଯୋଗ ଉଠାଇବା ପାଇଁ ବାଧ୍ୟ କରିଥିବା ଦ୍ୱିତୀୟ ଥର ସିମୁଳିଆ ଥାନାରେ ଅଭିଯୋଗ କରିଛି। ଅଭିଯୁକ୍ତକୁ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଦିବ୍ୟlଙ୍ଗ ସଂଘ ଦାବି କରିଛି । ନଚେତ ୭ଦିନ ଭିତରେ ଥାନା ସମ୍ମୁଖରେ ତୀବ୍ର ଆନ୍ଦୋଳନ କରିବାକୁ ସଂଘ ଚେତାବନୀ ଦେଇଛି l

Related Articles

Back to top button
WP Twitter Auto Publish Powered By : XYZScripts.com