ଜାତୀୟରାଜନୀତି

ଦିଲ୍ଲୀ ରାଜନୀତିରେ ସକ୍ରିୟ ବିଜେପି ନେତ୍ରୀ ସ୍ମୃତି ଇରାନୀ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ ରାଜନୀତିରେ ସ୍ମୃତି ଇରାନୀଙ୍କୁ ମିଳିଛି ବଡ଼ ଦାୟିତ୍ୱ l ହେଲେ ନିର୍ବାଚନ ପରେ ଏକ ପ୍ରକାରର ସ୍ମୃତି ଇରାନୀ ରାଜନୀତିକ କାର୍ଯ୍ୟକ୍ରମ ଠାରୁ ଦୁରେଇ ରହିଥିଲେ l ପୂର୍ବରୁ କିଛି ମାସ ବ୍ୟବଧାନରେ ବିଜେପି ନେତ୍ରୀ ସ୍ମୃତି ଇରାନୀ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିଛି ।

ତେବେ ଆସନ୍ତା ବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସେ ରାଜଧାନୀରେ ଦଳର ସଦସ୍ୟତା ଅଭିଯାନ ସହ ଜଡିତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି । ତାଙ୍କୁ ଦିଲ୍ଲୀର ୧୪ଟି ଜିଲା ୟୁନିଟ ମଧ୍ୟରୁ ୭ଟିରେ ସଦସ୍ୟତା ଅଭିଯାନର ତଦାରଖ ଦାୟିତ୍ୱ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ, ସ୍ମୃତି ଇରାନୀ ଦକ୍ଷିଣ ଦିଲ୍ଲୀରେ ଏକ ଘର କିଣିଛନ୍ତି, ଯାହା ଦିଲ୍ଲୀରେ ପାର୍ଟି କାର୍ଯ୍ୟକଳାପରେ ତାଙ୍କର ଯୋଗଦାନକୁ ଦର୍ଶାଉଛି ।

ବିଜେପିର ଜଣେ ନେତାଙ୍କ ଅନୁସାରେ, ଆଗାମୀ ଦିନରେ ଯଦି ମୁଖ୍ୟମନ୍ତ୍ରୀ ଚେହେରା ସହ ନିର୍ବାଚନ ଲଢ଼ିବା ଉପରେ ବିଚାର କରାଯାଏ ତେବେ ଉପଯୁକ୍ତ ପ୍ରାର୍ଥୀ କିଏ ହେବେ ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ । ଏଭଳି ସ୍ଥିତିରେ ସ୍ମୃତି ଇରାନୀଙ୍କ ସହ ସାଂସଦ ମନୋଜ ତିୱାରୀ ଏବଂ ବାଂଶୁରୀ ସ୍ବରାଜ, ଦିଲ୍ଲୀ ୟୁନିଟର ବିଜେପି ସଭାପତି ବିରେନ୍ଦ୍ର ସଚ୍ଚଦେବ ଏବଂ ପଶ୍ଚିମ ଦିଲ୍ଲୀର ପୂର୍ବତନ ଏମ୍‌ପି ପ୍ରଭେଶ ବର୍ମା ଏହି ଭୂମିକା ପାଇଁ ସମ୍ଭାବ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇପାରନ୍ତି ବୋଲି ସେ କହିଛନ୍ତି ।

୨୦୧୫ ବିଧାନସଭା ନିର୍ବାଚନରେ କିରଣ ବେଦୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ବିଜେପି ମୈଦାନକୁ ଓହ୍ଲାଇଥିଲା । ଏହି ସମୟ ମଧ୍ୟରେ ଦଳର ପ୍ରଦର୍ଶନ ବିଶେଷ ଭଲ ହୋନଥିଲା । ୨୦୨୦ ବିଧାନସଭା ନିର୍ବାଚନରେ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନ କରି ଦଳ ପ୍ରତିଦ୍ୱନ୍ଦିତା କରିଥିଲା । ୭୦ଟି ମଧ୍ୟରୁ ବିଜେପି ୮ଟି ଆସନରେ ଜିତିବାରେ ସଫଳ ହୋଇଥିବା ବେଳେ ଆପ୍‌ ଅବଶିଷ୍ଟ ଆସନ ଜିତିଥିଲା ।

ତେଣୁ କିଛି ନେତାଙ୍କ ଅନୁସାରେ, କେବଳ ଗୋଟିଏ ଚେହେରା ଉପରେ ଭରସା କରି ବିଜେପି ନିର୍ବାଚନ ଲଢ଼ିବା ଠିକ ହେବ ନାହିଁ । ଦଳ ପକ୍ଷରୁ ଏହା ଉପରେ ବିଚାର କରାଯାଉଛି । ଖୁବଶୀଘ୍ର ଦଳର ହାଇକମାଣ୍ଡ ଏନେଇ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି ।

ଅନ୍ୟପଟେ ପୂର୍ବତନ ବିଜେପି ସାସଂଦ ସ୍ମୃତି ଇରାନୀଙ୍କୁ ଦିଲ୍ଲୀ ନିର୍ବାଚନୀ ପାଇଁ ମିଳିଥିବା ଦାୟିତ୍ୱକୁ ତୁଲାଇ ଦଳର ବିଶ୍ୱାସ ଜିତିପାରିବେ ଏବଂ ଆସନ୍ତା ବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନରେ ତାଙ୍କ ଭୂମକା କେତେ ଭଲ ପ୍ରଦର୍ଶନ କରିପାରିବ ତାହା ଭୋଟ ଗଣତି ପରେ ହିଁ ଜଣାପଡ଼ିବ l

Related Articles

Back to top button
WP Twitter Auto Publish Powered By : XYZScripts.com