ଓଡ଼ିଶାଜାତୀୟବାଣିଜ୍ୟରାଜନୀତି

ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ମୋଦି

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ: ସେପ୍ଟେମ୍ବର ୧୭ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତରେ ରାଜ୍ୟର ମହିଳାମାନଙ୍କୁ ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ । ଯାହାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ମହିଳାମାନେ । ଏଥିସହିତ ୨୮୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି । ସେହିପରି ୧ ହଜାର କୋଟିର ନ୍ୟାସନାଲ ହାଇଓ୍ବେ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି ।

ସେହିଭଳି ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।  ଏହି ଟ୍ରେନ ଓଡ଼ିଶାର ଖରିଆର ରୋଡ, କଣ୍ଟାବାଞ୍ଜି, ଟିଟିଲାଗଡ଼, କେସିଙ୍ଗା ଓ ରାୟଗଡ଼ାରେ ରହଣି କରି ବିଶଖାପାଟଣାରେ ପହଞ୍ଚିବ । ଏହି ଟ୍ରେନ ଦ୍ୱାରା ବିଶେଷ କରି ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ାର ଲୋକମାନେ ଉପକୃତ ହେବେ । ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ ଦକ୍ଷିଣ ଓଡ଼ିଶାର ରାୟଗଡ଼ାରେ ରହଣି କରିବ । ତେବେ ଏହି ଟ୍ରେନର ଶୁଭାରମ୍ଭ ପୂର୍ବରୁ  ଟିଟିଲାଗଡ଼ ରେଳ ଷ୍ଟେସନରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ସମ୍ବଲପୁର ଡିଆରଏମ ତୁଷାରକାନ୍ତ ପାଣ୍ଡେ।

Related Articles

Back to top button
WP Twitter Auto Publish Powered By : XYZScripts.com