ଓଡ଼ିଶା

ଟୁଇନ ସିଟି ଏବଂ ରାଜ୍ୟର ସମସ୍ତ ସହରର ରାସ୍ତା ମରାମତି କାର୍ଯ୍ୟ ହେବ ଶେଷ, କେବେଠୁ ଜାଣନ୍ତୁ

ଭୁବନେଶ୍ୱର: କଳା ଚିକ ଚିକ ଦେଖାଯିବ କଟକ ଓ ଭୁବନେଶ୍ୱର ରାସ୍ତା । ଏନେଇ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଅକ୍ଟୋବର ୫ ତାରିଖ ସୁଦ୍ଧା ଟୁଇନ ସିଟି ଓ ରାଜ୍ୟର ସମସ୍ତ ସହରରେ ଥିବା ରାସ୍ତାର ମରାମତି କାର୍ଯ୍ୟ ଶେଷ ହେବ ।

ଶୁକ୍ରବାର ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଦ୍ୱୈତନଗରୀ କଟକ-ଭୁବନେଶ୍ଵରର ରାସ୍ତା ମରାମତି ଓ ଉନ୍ନତିକରଣ ନିମନ୍ତେ ପ୍ରଥମ ଥର ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କଟକ ମେୟର ସୁବାସ ସିଂ, ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ବାରବାଟୀ କଟକ ବିଧାୟକ ସୋଫିଆ ଫିର୍ଦ୍ଦୋସ ପ୍ରମୁଖ ଯୋଗ ଦେଇଥିଲେ ।

ଅକ୍ଟୋବର ୫ ସୁଦ୍ଧା ଦ୍ଵୈତ ନଗରୀ ସମେତ ରାଜ୍ୟର ସବୁ ସହରରେ ସରିବ ରାସ୍ତା ମରାମତି କାର୍ଯ୍ୟ । ପାର୍ବଣକୁ ଦୃଷ୍ଟିରେ ରଖି ଦ୍ଵୈତ ନଗରୀ ପାଇଁ ବସିଥିବା ସ୍ଵତନ୍ତ୍ର ବୈଠକ ପରେ ସୂଚନା ଦେଇଛନ୍ତି ମନ୍ତ୍ରୀ । ଏହା ସହିତ ଜଳବନ୍ଦୀ ସମସ୍ୟା ଦୂର ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com