ଓଡ଼ିଶା

ରାଜନଗର: ପାଣି ପାଇପରେ ପୁଲିସକୁ ଆକ୍ରମଣ, ମତଦାନ ବାଧାପ୍ରାପ୍ତ

ରାଜନଗର() ଆଜି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରଠାରେ ଦେଖା ଦେଇଛି ନିର୍ବାଚନୀ ହିଂସା। ରାଜନଗର ଡେରା ପଞ୍ଚାୟତର ତିନି ନମ୍ବର ବୁଥରେ ଏଜେଣ୍ଟ ପ୍ରଭାକର ପରିଡାଙ୍କ ଅନଲାଇନରେ ନାମ ରହିଥିବା ବେଳେ ଭୋଟର ଲିଷ୍ଟରେ ନାମ ନଥିଲା। ଏହାକୁ କିଛି ଲୋକ ଦୃଢ଼ ବିରୋଧ କରିଥିଲେ। ସେମାନେ ବିରୋଧ କରିବା ପରେ ମତଦାନ କେନ୍ଦ୍ରଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଖବର ପାଇ ପରେ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ କର୍ମଚାରୀମାନେ ପହଞ୍ଚି ସ୍ଥିତିକୁ ଆୟତ୍ତକୁ ଆଣିବାକୁ ଉଦ୍ୟମ କରିବା ସହ କିଛି ଲୋକଙ୍କୁ ମାଡ଼ ମାରିଥିଲେ। ପରେ ଉତ୍ୟକ୍ତ ଲୋକେ ପୁଲିସକୁ ପାଣି ପାଇପରେ ଆକ୍ରମଣ କରିଥିଲେ। ଏହି କାରଣରୁ ମତଦାନ ଅଧଘଣ୍ଟା ସମୟ ପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଥିଲା। ଏହାପରେ ପୁଣି ମତଦାନ ଆରମ୍ଭ ହୋଇଥିବାର ଖବର ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com