ଅନ୍ତର୍ଜାତୀୟଜାତୀୟ

ମହାକାଶରୁ ଭୋଟ୍ ଦେବେ ସୁନିତା ଓ ବୁଚ୍, କେମିତି ଜାଣନ୍ତୁ

ନୂଆଦିଲ୍ଲୀ: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ଏବେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍)ରେ ଅଛନ୍ତି । ଶନିବାର ସେ ଅନ୍‌ଲାଇନ୍‌ ସାମ୍ବାଦିକ ସମ୍ମିଳନୀ (PC) ସମୟରେ ଦୁହେଁ ପୃଥିବୀଠାରୁ ୪୦୦ କିଲୋମିଟର ଦୂରରେ ସେମାନଙ୍କ ବିଷୟରେ ଏକ ବଡ଼ ତଥ୍ୟ ପ୍ରକାଶ କରିଛନ୍ତି ।

ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ହେଉଛି କି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମହାକାଶରୁ ଭୋଟ୍ ଦେବେ ସୁନିତା ଓ ବୁଚ୍ । ନଭେମ୍ବର ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ​​ଉଭୟ ଭୋଟ୍ ଦେବାକୁ ଯୋଜନା କରୁଛନ୍ତି । ତେବେ ଏହା କେମିତି ସମ୍ଭବ ହେବ ପକାନ୍ତୁ ନଜର…

ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ ଏବଂ ମିଡିଆ ସହିତ କଥାବାର୍ତ୍ତା କରି ସୁନୀତା ମହାକାଶଯାନର ପ୍ରତ୍ୟାବର୍ତ୍ତନ ଏବଂ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ମହାକାଶରେ ରହିବେ । ଏହି ସମୟରେ ଉଭୟ ମହାକାଶଚାରୀ କହିଥିଲେ, ସେମାନଙ୍କର ବୋଇଂ ଷ୍ଟାର୍‌ଲାଇନର ଫେରିଯିବା ଅତ୍ୟନ୍ତ ଦୁଃଖଦାୟକ। ସୁନୀତା କହିଛନ୍ତି, ଷ୍ଟେଶନ ଲାଇଫ୍‌କୁ ପରିବର୍ତ୍ତନ ସେତେ କଷ୍ଟସାଧ୍ୟ ନୁହେଁ କାରଣ ପୂର୍ବରୁ ଉଭୟ ମହାକାଶଚାରୀ ସେଠାରେ ରହୁଥିଲେ।

ସେ କହିଛନ୍ତି, ‘ଏହା ମୋ’ ପାଇଁ ଏକ ଖୁସିର ସ୍ଥାନ। ମୁଁ ମହାକାଶରେ ରହିବାକୁ ଭଲ ପାଏ। ଆମେ ଯାତ୍ରା ଶେଷ କରି ଦେଶରେ ଏହାକୁ ଅବତରଣ କରିବାକୁ ଚାହୁଁଥିଲୁ, କିନ୍ତୁ ଏଥିପାଇଁ ଆମକୁ ପରବର୍ତ୍ତୀ ସୁଯୋଗ ଖୋଜିବାକୁ ପଡ଼ିବ।’ ସେ ଆହୁରି ମଧ୍ୟ କହିଛନ୍ତି, ତୁରନ୍ତ ଘରକୁ ଫେରି ପାରି ନ ଥିବାରୁ ସେ ଟିକେ ନର୍ଭସ ଥିଲେ।

ସେ କହିଛନ୍ତି, ‘ମୋ ମନରେ, ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ମୋ’ ପରିବାର ପରି। ମୋ’ ପାଇଁ କିଛି ଯୋଜନା କରିଥିଲେ। ମୋ ମା’ଙ୍କ ସହ ସମୟ ବିତାଇଥାନ୍ତି ବୋଲି ଭାବୁଥିଲି ସେଥିପାଇଁ ଚିନ୍ତିତ ଥିଲି। ଏବେ ସବୁ ଠିକ୍‌ ଅଛି। ସମସ୍ତ ପ୍ରସ୍ତୁତ ସରିଛି, ଆଉ ଅଳ୍ପଦିନରେ ଆମେ ଫେରିବୁ । ୧୯୯୭ରେ ଟେକ୍ସାସ୍ ଏକ ଆଇନ ପ୍ରଣୟନ କରିଥିଲା ।

ଯେଉଁଥିରେ ମହାକାଶଚାରୀମାନଙ୍କୁ ନିର୍ବାଚନରେ ​​ଭୋଟ୍ ଦେବାର ଅଧିକାର ଦିଆଯାଇଥିଲା। ଏହି ନିୟମ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ମହାକାଶରେ ଅଛନ୍ତି ତେବେ ସେ ଇଲେକ୍ଟ୍ରୋନିକ୍ ଭୋଟ୍ ଦେଇପାରିବେ। କାରଣ ନାସାର ଅଧିକାଂଶ ମହାକାଶଚାରୀ ଟେକ୍ସାସ, ହ୍ୟୁଷ୍ଟନରେ ରୁହନ୍ତି ।

ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁନୀତା ଏବଂ ବଚ କହିଛନ୍ତି ଯେ ସେମାନେ ଭୋଟ୍ ଦେବାକୁ ବ୍ଲେଟ୍ ମାଗିଛନ୍ତି। ଏହି ସମ୍ମିଳନୀରେ ସୁନୀତା କହିଛନ୍ତି ଯେ “ଏହା ମୋର ଖୁସିର ସ୍ଥାନ। ମୁଁ ମହାକାଶରେ ରହିବାକୁ ଭଲ ପାଏ । ଆହୁରି ମଧ୍ଯ ବଚ୍ କହିଛନ୍ତି ଯେ ଭୋଟ୍ ଦେବା ନାଗରିକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ।

Related Articles

Back to top button
WP Twitter Auto Publish Powered By : XYZScripts.com