ଜାତୀୟ

ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ଘୋଷଣା, ୨ଦିନ ପରେ ଦେବେ ଇସ୍ତଫା-ଦିଲ୍ଲୀ ରାଜନୀତି ହଲଚଲ

ନୂଆଦିଲ୍ଲୀ: ମୁଁ ୨ ଦିନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି । ଘର ଘର ଗଳି ଗଳି ବୁଲି ଲୋକଙ୍କ ପାଖକୁ ଯିବି । “ମୁଁ ଦିଲ୍ଲୀର ଲୋକଙ୍କୁ ପଚାରିବାକୁ ଚାହେଁ, କେଜ୍ରିୱାଲ ନିର୍ଦୋଷ ନା ଦୋଷୀ? ଯଦି ମୁଁ ସଚ୍ଚୋଟ ତେବେ ମୋତେ ଭୋଟ୍ ଦିଅନ୍ତୁ । ନହେଲେ ଦିଅନ୍ତୁ ନାହିଁ ।

ଜନତା ସେମାନଙ୍କ ନିଷ୍ପତ୍ତି ନଜଣାଇବା ଯାଏ ମୁଖ୍ୟମନ୍ତ୍ରୀ ପଦରେ ରହିବିନାହିଁ । ରବିବାର ଅର୍ଥାତ୍ ଆଜି ଏଭଳି ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜାଣନ୍ତୁ କଣ କହୁଛନ୍ତି କେଜ୍ରିୱାଲ…

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଆଇନ ଅଦାଲତରୁ ନ୍ୟାୟ ପାଇଛି, ବର୍ତ୍ତମାନ ଜନତାଙ୍କ ଅଦାଲତରୁ ନ୍ୟାୟ ପାଇବି। ତେବେ କେଜ୍ରିୱାଲଙ୍କ ଏହି ନିଷ୍ପତ୍ତି ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହା କୁହାଯାଉଛି କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି ।

କାରଣ ଦିଲ୍ଲୀ ନିର୍ବାଚନକୁ ଆହୁରି ୬ ମାସ ଥିବାରୁ ସୁନୀତା ନିର୍ବାଚନ ନଲଢି ଆରାମରେ ମୁଖ୍ୟମନ୍ତ୍ରୀ ହୋଇପାରିବେ । ଯଦି ଏପରି ହୁଏ ତେବେ ଶୀଲା ଦୀକ୍ଷିତଙ୍କ ପରେ ସୁନୀତା କେଜ୍ରିୱାଲ ଦିଲ୍ଲୀର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବେ । ସେପଟେ ଫେବୃଆରୀରେ ନିର୍ବାଚନ ନକରି ନଭେମ୍ବରରେ କରିବାକୁ ଅନୁରୋଧ କରିଛନ୍ତି ଅରବିନ୍ଦ କେଜ୍ରିୱାଲ ।

Related Articles

Back to top button
WP Twitter Auto Publish Powered By : XYZScripts.com