ଜାତୀୟରାଜନୀତି

ପ୍ରଫେଟ୍‌ ମହମ୍ମଦ ବିରୋଧୀ ମନ୍ତବ୍ୟ ଦେଇଥିବା ବିଜେପି ବିଧାୟକ ଗିରଫ

ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ ବୁକ୍‌ ହେଇଥିବା ତେଲେଙ୍ଗାନାର ବିଜେପି ବିଧାୟକ ରାଜା ସିଂହଙ୍କୁ ମଙ୍ଗଳବାର ପୁଲିସ୍‌ ଗିରଫ କରିଛି। ତାଙ୍କୁ ଗିରଫ କରିବାକୁ ଆନ୍ଦୋଳନକାରୀମାନେ ଦାବି କରି ଅଡ଼ି ବସିଥିଲେ। ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଏକ ଭିଡିଓ ଭାଇରାଲ୍‌ ହେବା ପରେ ସୋମବାର ରାତିରେ ହାଇଦ୍ରାବାଦ୍‌ରେ ବିରୋଧ ପ୍ରଦର୍ଶନ ହୋଇଥିଲା। ଏହାପରେ ଅଭିଯୁକ୍ତ ବିଧାୟକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ଆନ୍ଦୋଳନକାରୀମାନେ ସିଟି ପୁଲିସ୍‌ କମିସନର ସିଭି ଆନନ୍ଦଙ୍କ ଅଫିସ୍‌ ସମ୍ମୁଖ ବ୍ୟତୀତ ସହରର ଅନ୍ୟାନ୍ୟ ଅଞ୍ଚଳରେ ବି ବିରୋଧ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନକାରୀମାନେ ଅଭିଯୋଗ ଆଣିଛନ୍ତି ଯେ ବିଧାୟକ ସିଂହ ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ ପୂରା ସଂପ୍ରଦାୟର ଭାବପ୍ରବଣତାକୁ ଆଘାତ ଦେଇଛନ୍ତି। ଆନ୍ଦେଳନକାରୀମାନେ ସିଂହଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଥିବା ବେଳେ ପୁଲିସ୍ ସେମାନଙ୍କୁ ହେପାଜତରେ ନେଇ ବାସିର ବାଗ୍‌ର କମିସନର ଅଫିସ୍‌ରୁ ବିଭିନ୍ନ ପୁଲିସ୍‌ ଷ୍ଟେସନକୁ ସ୍ଥ‌ାନାନ୍ତରିତ କରିଥିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com