ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କେଉଁ ଦାବି ଜଣାଇଲେ ସାଂସଦ ଅପରାଜିତା ଷଡଙ୍ଗୀ, ଜାଣନ୍ତୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ସାସଂଦ ଅପରାଜିତା ଷଡଙ୍ଗୀ । ତେବେ ସେ ସଂସଦୀୟ କ୍ଷେତ୍ରରେ ଅଟକି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଭୁବନେଶ୍ୱର ସହରର ଡ୍ରେନେଜ ସମସ୍ୟା ସହ ୪ଟି ପ୍ରସ୍ତାବ ସମ୍ପର୍କରେ ଆଲୋଚନା ସହ ଲିଖିତ ଜଣାଇଛନ୍ତି ।

ଜଟଣୀ ବିଞ୍ଝାଗିରୀରେ ୨୦ ଏକରରେ ସେଣ୍ଟ୍ରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ଅଫ ୟୋଗା ଆଣ୍ଡ ନ୍ୟାଚୁରୋପାଥି ପ୍ରତିଷ୍ଠା ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହି ପ୍ରତିଷ୍ଠାନ ପାଇଁ କେନ୍ଦ୍ର ଆୟୁଷ ବିଭାଗ ପକ୍ଷରୁ ପୂର୍ବରୁ ଅନୁଦାନ ସହ ଅନୁମୋଦନ ମଧ୍ୟ ମିଳିସାରିଛି ।

ସେହିପରି ଗତ ୧୦ ତାରିଖରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତଙ୍କୁ ଭେଟି ଭୁବନେଶ୍ୱରରେ ନ୍ୟାସନାଲ ଗ୍ୟାଲେରୀ ଅଫ ମର୍ଡନ ଆର୍ଟ ପ୍ରତିଷ୍ଠା ସମ୍ପର୍କରେ ପ୍ରସ୍ତାବ ରଖିଥିଲେ । ଏହି ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ଅପରାଜିତା ।

ଏହାବ୍ୟତୀତ ଖୋର୍ଦ୍ଧାସ୍ଥିତ ଉଗ୍ରତାରାଙ୍କ ମନ୍ଦିର ପାଇଁ ଆବଶ୍ୟକ ୨୦ ଏକର ଜମି ଯୋଗାଇ ନ ଦେବାରୁ କାମ ଅଟକି ରହିଥିବାବେଳେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ପଳାଶୁଣି ନିକଟରେ ହୋଲସେଲ ମାଛ ମାର୍କେଟ ହୋମ ପାଇଁ ଜମି ଚିହ୍ନଟ ହୋଇଥିଲେ ବି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନି । ଫଳରେ ଅନୁଦାନ ଅର୍ଥ ଖର୍ଚ୍ଚ ନହୋଇ ପଡ଼ିରହିଛି ।

ଏହି ସାକ୍ଷାତବେଳେ ଶ୍ରୀମତୀ ଷଡ଼ଙ୍ଗୀଙ୍କ ସହ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ତେବେ ତୁରନ୍ତ ଫାଇନାଲ ଡିପିଆର୍‌ ପାଇଁ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

ଅନ୍ୟପକ୍ଷେ ଅପରାଜିତା କହିଛନ୍ତି, ପୂର୍ବ ସରକାରଙ୍କ ଅପାରଗତା ପାଇଁ ଏସବୁ ପ୍ରକଳ୍ପ ଅଧପନ୍ତରିଆ ହୋଇପଡ଼ିରହିଛି ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Related Articles

Back to top button
WP Twitter Auto Publish Powered By : XYZScripts.com