ଓଡ଼ିଶା

ବେଦାନ୍ତର ଭାଙ୍ଗିଲା ରେଡ୍ ମଡ୍ ପଣ୍ଡ,ଚାଷ ଜମିରେ ପଶିଲା ଲାଲ କାଦୁଅ ପାଣି

କଳାହାଣ୍ଡି: ଭାଙ୍ଗିଲା ବେଦାନ୍ତର ରେଡ୍ ମଡ୍ ପଣ୍ଡ । ଚାଷ ଜମିରେ ମାଡିଲା ଲାଲ କାଦୁଅ ପାଣି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଥିବା ବେଦାନ୍ତ କମ୍ପାନୀର ବସନ୍ତ ପଡ଼ାରେ ନିର୍ମାଣ କରାଯାଇଥିବା ରେଡ୍ ମଡ୍ ପଣ୍ଡ ଆଜି ଭୁଶୁଡ଼ି ପଡ଼ିଛି ।

ଆଜି ରାତି ପ୍ରାୟ ୩ଟା ସମୟରେ ରେଡ୍ ମଡ୍ ପଣ୍ଡଟି ଭୁଶୁଡ଼ି ପଡ଼ିଥିବା ଜଣାଯାଇଛି । ରେଡ୍ ମଡ୍ ପଣ୍ଡ କାରଣରୁ ବସନ୍ତପଡ଼ା ସମେତ ବନ୍ଧଗୁଡ଼ା, ଟୁରିଗୁଡ଼ାର ହେକ୍ଟର ହେକ୍ଟର ଚାଷ ଜମିରେ ଲାଲ ମାଟି ପାଣି ମାଡି ଯିବାରୁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ସେପଟେ କମ୍ପାନୀ ଦ୍ଵାରା ନିର୍ମାଣ ହୋଇଥିବା ଏହି ପଣ୍ଡକୁ ଠିକ୍ ଭାବରେ ରକ୍ଷଣାବେକ୍ଷଣା କରାଯାଉନଥିବାରୁ ଏଭଳି ସ୍ଥିତି ଉପଜିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ମାଡି ଯାଇଥିବା ଲାଲ କାଦୁଅ ପାଣି କାରଣରୁ ଚାଷ କ୍ଷତି ହେବାର ଆଶଙ୍କା ଅଛି ।

ଅନ୍ୟପଟେ ଏନେଇ ବେଦାନ୍ତ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com