![](https://i0.wp.com/odia.mobilenews24x7.com/wp-content/uploads/2024/09/Screenshot-2024-09-15-185004.png?resize=645%2C416&ssl=1)
ବିହାର: କ୍ଷମତାକୁ ଆସିଲେ ଘଣ୍ଟାଏ ଭିତରେ ବିହାରରୁ ମଦ ବ୍ୟାନ ହଟାଇଦେବୁ । ଏପରି କିଛି ବଡ ଘୋଷଣା କରିଛନ୍ତି ବିହାର ରାଜନୀତିରେ ନିଜର ପାଦ ଥାପିବାକୁ ଯାଉଥିବା ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରାଜ ମୁଖ୍ୟ ପ୍ରଶାନ୍ତ କିଶୋରୀ ।
ତେବେ ଅକ୍ଟୋବର ୨ରେ ଜନ ସୁରାଜର ପ୍ରତିଷ୍ଠା ଦିବସ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏକ ନୂଆ ଦଳ ନେଇ ରାଜନୀତି ରଣଭୂମିକୁ ଓହ୍ଲାଉଥିବା ପ୍ରଶାନ୍ତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଦଳର ପ୍ରତିଷ୍ଠା ଦିବସ ପାଇଁ କିଛି ସ୍ବତନ୍ତ୍ର ରଣନୀତି ଆବଶ୍ୟକ ନାହିଁ । ଏଥିପାଇଁ ଦୁଇ ବର୍ଷ ହେଲା ଆମେ ଆମର ପ୍ରସ୍ତୁତି ଚଳାଇଛୁ ।
ଯଦି ଜନ ସୁରାଜ କ୍ଷମତାକୁ ଆସେ ତାହାଲେ ଆମେ ଘଣ୍ଟାଏ ଭିତରେ ରାଜ୍ୟରୁ ମଦ ବ୍ୟାନ ହଟାଇଦେବୁ । ନୀତିଶ କୁମାର ମଦ ବ୍ୟାନ ନିଷ୍ପତ୍ତି ନେଇ ପ୍ରତାରଣା କରିଛନ୍ତି । ଯାହା କି ଅପ୍ରଭାବିତ ପ୍ରମାଣିତ ହୋଇଛି । ମଦ ବ୍ୟାନ କାରଣରୁ ବେଆଇନ ଘରୋଇ ମଦ ବେପାର ବିକ୍ରି ବଢିବାରେ ଲାଗିଛି । ମଦ ବ୍ୟାନ ପାଇଁ ୨୦ ହଜାର କୋଟି ରାଜସ୍ବରୁ ବି ବଞ୍ଚିତ ହୋଇଛି ରାଜ୍ୟ ।
ବେଆଇନ ମଦ କାରବାରରେ କିଛି ରାଜନେତା ଆଉ ଚାକିରିଆ ମଧ୍ୟ ଲାଭ ପାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରଶାନ୍ତ । ତେବେ କହିରଖୁଛୁ, ୨୦୧୬ ଏପ୍ରିଲ ୫ ତାରିଖରେ ବିହାର ରାଜ୍ୟରେ ମଦ ବ୍ୟାନ କରିଥିଲେ ନୀତିଶ ସରକାର । ରାଜ୍ୟରେ ମଦ ମୃତ୍ୟୁ ବଢିବା ପରେ ଏହି ନିଷ୍ପତ୍ତି ନେଇଥିଲେ ସରକାର । ଏହି ନିୟମ ଲାଗୁ ହେବା ପରେ ରାଜ୍ୟରେ ମଦ କିଣାବିକା, ଉତ୍ପାଦନ, ସେବନ ଓ ପରିବହନ ଇତ୍ୟାଦି ଉପରେ ସଂପୂର୍ଣ୍ଣ ରୋକ ଲାଗାଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଗତ ଦୁଇ ବର୍ଷ ଧରି ଏଥିପାଇଁ ପ୍ରସ୍ତୁତି ଚଳାଇଛୁ । ଯଦି ଜନ ସୁରାଜ ସରକାରକୁ ଆସେ, ତେବେ ଆମେ ଗୋଟିଏ ଘଣ୍ଟା ମଧ୍ୟରେ ରାଜ୍ୟରେ ମଦ ଉପରୁ ବ୍ୟାନ୍ ହଟାଇଦେବୁ।” ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବଙ୍କ ଯାତ୍ରା ବିଷୟରେ ପଚରାଯିବାରୁ ସେ କହିଥିଲେ, “ମୋର ତାଙ୍କୁ ଶୁଭେଚ୍ଛା । ଅନ୍ତତଃ ପକ୍ଷେ ସେ ଘରୁ ବାହାରି ଜନସାଧାରଣଙ୍କ ପାଖକୁ ଯାଉଛନ୍ତି।
“ପ୍ରକାଶ ଥାଉକି, ବିହାରରେ ୨୦୧୬ ଏପ୍ରିଲ ୫ ତାରିଖରେ ନୀତୀଶ କୁମାରଙ୍କ ସରକାର ରାଜ୍ୟରେ ମଦ ବ୍ୟାନ୍ କରିଥିଲେ। ଏହି ନିୟମ ଲାଗୁ ହେବା ପରେ ରାଜ୍ୟରେ ମଦ ବିକ୍ରୟ, କ୍ରୟ, ଉତ୍ପାଦନ, ସେବନ ଏବଂ ପରିବହନ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି। ବିହାରରେ ମଦମୃତ୍ୟୁ ବଢିବା ପରେ ଏହି ନିୟମ ଲାଗୁ ହୋଇଥିଲା ।