ଓଡ଼ିଶାରାଜନୀତି

ମୋଦିଙ୍କ ଦିନିକିଆ ଗସ୍ତରେ ପାଖେ ପାଖେ ରହିବେ ଅପରାଜିତା ଷଡଙ୍ଗୀ ।

ଭୁବନେଶ୍ୱର: କିଛିଦିନ ଧରି ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ସାଂସଦ ଅପରାଜିତା ଷଡଙ୍ଗୀ । ନାନା ରୁଷିଙ୍କ ନାନା ମତ ଭଳି କେତେବେଳେ ରାଜନୀତିରୁ ଅଦୃଶ୍ୟ ନେଇ ତ ପୁଣି କେତେବେଳେ ବିଜେଡିରେ ମିଶିବା ନେଇ ତ ଆଉ କେତେବେଳେ ତାଙ୍କର ପକ୍ଷଛେଦନ କରାଯାଉଥିବା ଖବରକୁ ନେଇ ଲାଇମ ଲାଇଟରେ ରହି ଆସିଛନ୍ତି ଏହି ଦବଙ୍ଗ ଲେଡି ।

ହେଲେ ଏବେ ଏକ ଘଟଣା ଘଟିବାକୁ ଯାଉଛି । ଯାହା ଅପରାଜିଙ୍କୁ ବେଶ ସୁହାଇବ । ତାହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ । ଦିନିକିଆ ଓଡିଶା ଗସ୍ତରେ ଆସୁଥିବା ମୋଦିଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ରହିଛି କାର୍ଯ୍ୟକ୍ରମ । ଏପରିକି ୨ଟି ସ୍ଥନକୁ ମୋଦି ଯିବା ନେଇ ସ୍ଥିର ହୋଇଛି । ଗାଡକଣ ଓ ଜନତାମଇଦାନରେ ଜନସମାବେଶ ନେଇ କରାଯାଇଛି ଆୟୋଜନ ।

ଆଉ ଏହି କ୍ଷେତ୍ର ହେଉଛି ଅପରାଜିତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ । ସେ ଦୃଷ୍ଟିରୁ ଦେଖିଲେ ପ୍ରୋଟୋକଲ ଅନୁସାରେ ମୋଦିଙ୍କ ପାଖେ ପାଖେ ରହିବେ ସାଂସଦ । ଏୟାରପୋର୍ଟରେ ସ୍ୱାଗତ ଠାରୁ ଆରମ୍ଭ କରି ମୋଦିଙ୍କ ବିଦାୟ ପର୍ଯ୍ୟନ୍ତ ସବୁଠି ସେ ରହିବେ ଉପସ୍ଥିତ । ଏପରିକି ଗୋଟିଏ ମଂଚରେ ମୋଦିଙ୍କ ସହ ନଜର ଆସିବେ ଅପରାଜିତା । ଯାହା କି ଅପରାଜିତାଙ୍କ ପାଇଁ ବଲେ ବଲେ ବୋଲି କୁହାଯାଉଛି ।

ତେବେ ଏସବୁକୁ ତର୍ଜମା କଲେ ସାଂସଦ ଅପରାଜିତାଙ୍କ ରାଜନୈତିକ ସ୍ଥିତି କଣ, ତାଙ୍କର ପକ୍ଷଛେଦନ ହୋଇଛି କି ନାହିଁ, ତାହା ରୈଜନୈତିକ ସମୀକ୍ଷକମାନେ ବିଚାର କରନ୍ତୁ ।

Related Articles

Back to top button
WP Twitter Auto Publish Powered By : XYZScripts.com