ଓଡ଼ିଶା

‘ସୁଭଦ୍ରା’ ଯୋଜନା ପାଇଁ ମୋବାଇଲକୁ ଫେକ୍ ଲିଙ୍କ୍ ଆସୁଥିଲେ କଣ କରିବେ, ଜାଣନ୍ତୁ

ଭୁବନେଶ୍ବର: ଆସନ୍ତାକାଲି ଶୁଭାରମ୍ଭ ହେବ ବହୁ ପ୍ରତିକ୍ଷିତ ତଥା ଚର୍ଚ୍ଚିତ ସୁଭଦ୍ରା ଯୋଜନା । ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପିଏମ ମୋଦି। ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ ଟଙ୍କା । ଏନେଇ ସୁଭଦ୍ରା ହିତାଧିକାରୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି ।

ଏହାରି ଭିତରେ ମାତିଲେଣି ସାଇବର ଠକ । କିଛି ହିତାଧିକାରୀଙ୍କ ମୋବାଇଲକୁ ଫେକ୍ ଲିଙ୍କ୍ ଆସୁଛି । ତେଣୁ ଏଭଳି ଲିଙ୍କରେ କ୍ଲିକ୍ ନକରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ସରକାରଙ୍କ ତରଫରୁ କୌଣସି ଫୋନ୍ କଲ୍ ଯାଉନି । ଯଦି କିଛି ଲିଙ୍କ୍ ଆସୁଥାଏ, ଏହା ସାଇବର ଠକଙ୍କ କାମ ହୋଇପାରେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଏଥିପାଇଁ ସତର୍କ ରହନ୍ତୁ, କୌଣସି ଲିଙ୍କରେ କ୍ଲିକ୍ ନକରିବାକୁ କହିଛନ୍ତି । ଫର୍ମରେ ଆବେଦନ କରନ୍ତୁ, ଇ-କେୱାଇସି ଦିଅନ୍ତୁ, ନିଶ୍ଚିତ ଟଙ୍କା ପାଇବେ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା । ଏଯାବତ ପାଖାପାଖି ୬୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିସାରିଲେଣି । ମଙ୍ଗବାର ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସି ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ପ୍ରଥମ କିସ୍ତି ଦେବେ ।

ଏଥିପାଇଁ ଉତ୍ସାହିତ ପ୍ରତିଟି ମହିଳା । ଏନେଇ ଜଣେ ମହିଳା ସାଇବର ଠକର ଶିକାର ହୋଇ ୧୨ ହଜାର ଟଙ୍କା ହରାଇଥିବା ସୂଚନା ମିଳିଛି । ତେଣୁ ଆପଣ ମାନେ ଫର୍ମ ଭରନ୍ତୁ, ପଞ୍ଚିକରଣ କରନ୍ତୁ, ଟଙ୍କା ଆପଣଙ୍କ ଖାତାକୁ ଯିବ । ଅନ୍ୟପଟେ କାହାର କଥାକୁ ବିଶ୍ବାସ କରନ୍ତୁ ନାହିଁ ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହୁରି କହିଛନ୍ତି କି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ଆସିବ। ବ୍ୟସ୍ତ ହେବାର କିଛି ନାହିଁ। ଯେଉଁମାନେ ୧୭ ତାରିଖ ପରେ ଆବେଦନ କରିବେ ସେମାନଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ଯିବ। ଆଉ ଯେଉଁମାନେ ବାହାରେ ରହି ଯାଇଛନ୍ତି ଏ ମାସରେ ଆବେଦନ କରି ନାହାନ୍ତି ସେମାନେ ମଧ୍ୟ ବ୍ୟସ୍ତ ହୁଅନ୍ତୁ ନାହିଁ। ତାଙ୍କ ଆକାଉଣ୍ଟକୁ ମଧ୍ୟ ସୁଭଦ୍ରା ଟଙ୍କା ଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com