ଅନ୍ତର୍ଜାତୀୟକ୍ରୀଡ଼ାଜାତୀୟ

ନିଜ ମାଟିରେ ଚାଇନା ଚିତ୍; ଭାରତ ଏସିଆ ଚାମ୍ପିୟନ

ନୂଆଦିଲ୍ଲୀ: ଏସିଆନ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ଚାଇନାକୁ ୧-୦ ଗୋଲରେ ପରାସ୍ତ କରିଛି । ୨-୧ଗୋଲରେ ପାକ୍‌‌ ଟିମକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଭାରତ। ଭାରତ ପାଇଁ ଦୁଇଟି ଗୋଲ କରିଛନ୍ତି ଅଧିନାୟକ ହରମନପ୍ରୀତ ସିଂହ । ଲିଗ୍‌‌ ପର୍ଯ୍ୟାୟରେ ସମସ୍ତ ୫ଟି ଯାକ ମ୍ୟାଚ ଜିତି ଫାଇନାଲକୁ ଉତୀର୍ଣ୍ଣ ହୋଇଛି ଭାରତ।

ଯେତେବେଳେ ବି ଭାରତ-ପାକିସ୍ତାନ ଦଳ ମୁହାଁମୁହିଁ ହୋଇଥାନ୍ତି ମ୍ୟାଚ ରୋମାଞ୍ଚକର ହୋଇଥାଏ । ତେବେ ମ୍ୟାଚ ମଧ୍ୟରେ ପାକିସ୍ତାନର ଷ୍ଟାର ଖେଳାଳି ଅବୁ ମହମ୍ମଦ ଆହତ ହୋଇଛନ୍ତି । ତେବେ ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଟିମ୍ ଚାଇନା ମାଟିରେ ଚାଇନାକୁ ପରାସ୍ତ କରି ପଞ୍ଚମ ଥର ଲାଗି ଏସିଆ ଚାମ୍ପିୟନ ହୋଇଛି । ଫାଇନାଲ ମୁକାବିଲାରେ ଚାଇନା ଭାରତୀୟ ଦଳ ସହିତ କଡ଼ା ମୁକାବିଲା କରିଥିଲା ।

ତୃତୀୟ କ୍ୱାର୍ଟର ସୁଦ୍ଧା ଉଭୟ ପକ୍ଷ କୌଣସି ଗୋଲ୍ କରିପାରି ନଥିଲେ । ତେବେ ଚତୁର୍ଥ କ୍ୱାର୍ଟରର ୧୦ ମିନିଟରେ ଭାରତ ପାଇଁ ଯୁଗରଜ ସିଂହ ଏକମାତ୍ର ଗୋଲ କରିଥିଲେ, ଯାହା ବିଜୟ ସୂଚକ ଥିଲା । ଏହାପୂର୍ବରୁ ଭାରତ ସେମିଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ।

ଅନ୍ୟପଟେ ଚାଇନା ହକି ଟିମ୍ ପ୍ରଥମ ଥର ଲାଗି ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଫାଇନାଲରେ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜୟୀ ଭାରତ ଠାରୁ ପରାଜୟ ବରଣ କରି ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଛି । ଭାରତୀୟ ଦଳ ଇତିହାସରେ ସର୍ବାଧିକ ୪ ଥର (ଚଳିତ ସିଜିନକୁ ମିଶାଇ) ଏସୀୟ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତ ତା’ର ଏସିଆନ ଚାମ୍ପିୟନ୍ସ ଟ୍ରଫି ଅଭିଯାନ ଚାଇନାକୁ ହରାଇ ଆରମ୍ଭ କରିଥିଲା। ଆଜି ଫାଇନାଲରେ ସେହି ଚାଇନାକୁ ହରାଇ ଚାମ୍ପିୟନ ହୋଇଛି। ୨୦୨୩ ଏସିଆନ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଭାରତ ଜିତିଥିଲା। ଦଳ ଫାଇନାଲରେ ମାଲେସିୟାକୁ ୪-୩ ଗୋଲରେ ହରାଇ ଟ୍ରଫି କବଜା କରିଥିଲା।

ଏଥର ଚାଇନାକୁ ହରାଇ ଚାମ୍ପିୟନ ହୋଇଛି । ୨୦୧୧, ୨୦୧୬, ୨୦୧୮, ୨୦୨୩ ଓ ୨୦୨୪ରେ ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ ହୋଇଛି । ଦଳକୁ କେବଳ ୨୦୧୨ରେ ରନର୍ସ ଅପ ହେବାକୁ ପଡ଼ିଥିଲା। ସେହିପରି ୨୦୧୩ରେ ଦଳ ଫାଇନାଲକୁ ଯାଇ ପାରି ନଥିଲା । ଏହି ୨ ବିପର୍ଯ୍ୟୟକୁ ଛାଡ଼ି ଦେଲେ ଭାରତ ସବୁ ସଂସ୍କରଣରେ ନିଜର ଦବଦବା ଦେଖାଇ ଚାଲିଛି। ଏଥର ମଧ୍ୟ ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ପୂରା ଟୁର୍ଣ୍ଣାମେଣ୍ଟରେ ଦଳ ଅପରାଜେୟ ରହି ଟ୍ରଫି ହାସଲ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com