ଜାତୀୟରାଜନୀତି

କଂଗ୍ରେସ ଅଧ୍ୟକ୍ଷ ଖଡଗେଙ୍କୁ ବିଜେପି ଅଧ୍ୟକ୍ଷ ନଡ୍ଡାଙ୍କ ଜବାବ । କହିଲେ ପଲିସି କରି ବଜାରକୁ…

ନୂଆଦିଲ୍ଲୀ: ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଯୁଦ୍ଧ । କଥାରେ କି କାମରେ ନୁହେଁ ବରଂ ଚିଠିରେ ଚିଠିରେ ଚାଲିଛି ଯୁଦ୍ଧ । ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ପ୍ରଥମେ ରାଜ୍ୟସଭା ସାଂସଦ ତଥା ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପାଠ ପଢାଇବା ପରେ ବିଜେପି ଦେଇଛି ଏହାର ପାଲଟା ଜବାବ ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଖଡଗେଙ୍କ ଚିଠିରେ ଜବାବ ଦେଇ ରାହୁଲ ଗାନ୍ଧିଙ୍କୁ ‘ଫେଲ୍ଡ ପ୍ରଡକ୍ଟ’ କହି ଆଟାକ୍ କରିଛନ୍ତି । ନଡ୍ଡା କହିଛନ୍ତି, ”ମଲ୍ଲିକାର୍ଜୁନ ଖଡଗେଜୀ, ରାଜନୈତିକ ବାଧ୍ୟବାଧକତା କାରଣରୁ ଆପଣ ପୁଣି ଥରେ ଆପଣଙ୍କର ଫେଲ୍ଡ ପ୍ରଡକ୍ଟକୁ ପଲିସ୍ କରି ବଜାରକୁ ଆଣିବାକୁ ପ୍ରୟାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯେଉଁ ଚିଠି ଲେଖିଛନ୍ତି, ସେ ଚିଠି ପଢି ମୋତେ ଲାଗିଲା ଆପଣଙ୍କ ଦ୍ୱାରା କୁହାଯାଇଥିବା କଥା ସତ୍ୟଠାରୁ ବହୁ ଦୂରରେ ।

ଏଥିରୁ ଜଣାପଡୁଛି ଯେ ଚିଠିରେ ଆପଣ ରାହୁଲ ଗାନ୍ଧିଙ୍କ ସମେତ ଆପଣଙ୍କ ନେତାଙ୍କ ଭୁଲକୁ ଭୁଲିଯାଇଛନ୍ତି କିମ୍ବା ଜାଣିଶୁଣି ଅଣଦେଖା କରିଛନ୍ତି। ତେଣୁ ମୁଁ ଅନୁଭବ କଲି ଯେ ସେସବୁ ବାବଦରେ ଆପଣଙ୍କ ନଜରକୁ ବିସ୍ତୃତରେ ଆଣିବା ଆବଶ୍ୟକ।” ଯେଉଁ ବ୍ୟକ୍ତିଙ୍କ ହିଷ୍ଟ୍ରି ହେଉଛି, ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ସମଗ୍ର ଓବିସି ସମ୍ପ୍ରଦାୟକୁ ‘ଚୋର’ କହି ସମାଲୋଚନା କରିବା, ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ଅତ୍ୟନ୍ତ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରିବା, ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ମାଡ଼ ମାରିବା କଥା କହିବା, ସେହି ରାହୁଲ ଗାନ୍ଧିଙ୍କୁ ଆପଣ କେଉଁ ପରିସ୍ଥିତିରେ ପଡ଼ି ନ୍ୟାୟ ଦେବାକୁ ଚେଷ୍ଟା କରୁଛନ୍ତି?”ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଗତ ୧୦ ବର୍ଷ ମଧ୍ୟରେ ୧୧୦ ଥର ଅପମାନଜନକ ଶବ୍ଦ ପ୍ରୟୋଗ କରିଛନ୍ତି, ସେତବେଳକୁ ଆପଣଙ୍କ ରାଜନୈତିକ ମାନ ମର୍ୟ୍ୟାଦା ଉଲ୍ଲଙ୍ଘନ ହେଉନାହିଁ କିପରି ବୋଲି ପ୍ରଶ୍ନ କରିଛନ୍ତି ଜେପି ନଡ୍ଡା ।

ଏଥିସହ ସେ ଆହୁରି କହିଛନ୍ତି, ”ଦୁଃଖର ବିଷୟ ଯେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ ବର୍ତ୍ତମାନ ଏହାର ‘ପ୍ରସିଦ୍ଧ ରାଜକୁମାରଙ୍କ ଚାପରେ’ କପି-ପେଷ୍ଟ ‘ପାର୍ଟିରେ ପରିଣତ ହୋଇଛି।” ତେବେ କହିରଖୁଛୁ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କୁ ଏକ ପତ୍ର ଲେଖି ଶୁଭେଚ୍ଛା ଜଣାଇଥିଲେ । ଏହାସହ ରାହୁଲ ଗାନ୍ଧିଙ୍କୁ ନେଇ ବିବାଦୀୟ ବିବୃତ୍ତି ଦେଇଥିବା ଶାସକ ଦଳର ନେତାଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି କହିଥିଲେ ଖଡଗେ ।

Related Articles

Back to top button
WP Twitter Auto Publish Powered By : XYZScripts.com