ଜାତୀୟ

ଲାଇନଚ୍ୟୁତ କରାଇବାକୁ ଷଡଯନ୍ତ୍ର, ଟ୍ରାକରେ ରଖାଯାଇଥିଲା ଲୁହା ରଡ୍, କେଉଁଠି ଜାଣନ୍ତୁ

ଉତ୍ତର ପ୍ରଦେଶ: ଡୁନ୍ ଟ୍ରେନକୁ ଲାଇନଚ୍ୟୁତ କରାଇବାକୁ ଷଡଯନ୍ତ୍ର । ଏଭଳି ଘଟଣା ରାମପୁରରୁ ସାମ୍ନାକୁ ଆସିଛି । ରାମପୁରରେ ରେଲୱେ ଟ୍ରାକ୍‌ରେ ୭ ମିଟର ଲମ୍ୱର ଏକ ରଡ୍‌ ରଖି କାଠଗୋଦାମ-ଡେରାଦୁନ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଡିରେଲ କରେଇବାକୁ ଚେଷ୍ଟା କରାଯାଇଛି ।

ସୌଭାଗ୍ୟବତଃ ଲୋକୋ ପାଇଲଟ ଦୂରରୁ ଖମ୍ୱକୁ (ରଡ୍‌)କୁ ଦେଖି ପାରି ଥିଲେ ଏବଂ ଏମର୍ଜେନ୍ସି ବ୍ରେକ୍‌ ଲଗାଇ ଗାଡ଼ିକୁ ରୋକି ନେଇଥିଲେ । ଷଢ଼ଯନ୍ତ୍ର ହୋଇଥିବା ବିଷୟରେ ଜଣାପଡ଼ିବା ପରେ ଭୟର ବାତାବରଣ ଖେଳିଯାଇ ଥିଲା । ରଡ୍‌କୁ ହଟାଇ ଟ୍ରେନ ପ୍ରସ୍ଥାନ କରିଥିଲା । ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ପୁଲିସ ଅଧିକ୍ଷକ ତଥା ଜିଆରପି ଏସପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିରୀକ୍ଷଣ କରିଥିଲେ। ସୂଚନା ଅନୁସାରେ, ଏହା ପୂର୍ବରୁ ଗାଜିପୁରରେ ଏକ କାଠର ବୋଟ୍‌ ଟ୍ରାକ୍‌ରେ ରଖି ଟ୍ରେନକୁ ଲାଇନଚ୍ୟୁତ କରିବାକୁ ଷଡ଼ଯନ୍ତ୍ର ରଚା ଯାଇଥିଲା। କାନପୁରରେ ସିଲିଣ୍ଡର ଓ ପେଟ୍ରୋଲ ଭର୍ତ୍ତି ବୋତଲ ରଖା ଯାଇ ଥିଲା । ଲଗାତାର ହେଉଥିବା ଏସବୁ ଘଟଣାରେ ପୁଲିସ ଆଲର୍ଟ ମୋଡକୁ ଆସିଛ ।

କୁହାଯାଉଛି କି , ରୁଦ୍ରପୁର ବର୍ଡର ନିକଟସ୍ଥ ଅଞ୍ଚଳରେ ବଳୱନ୍ତ ଏନକ୍ଲେଭ କଲୋନୀର ପଛ ଦେଇ ଯାଉଥିବା ରେଲୱେ ଲାଇନରେ ପୋଲ୍‌ ସଂଖ୍ୟା ୪୫/ ୧୦ଓ ୧୧ ମଧ୍ୟରେ , ବୁଧବାର ରାତିରେ ଲୁହାର ଏକ ବଡ଼ ବିଦ୍ୟୁତ୍‌ ପୋଲ୍‌ କେହି ଟ୍ରାକ୍‌ରେ ରଖି ଦେଇ ଥିଲା । ଏହି ସମୟରେ ଗାଡ଼ି ସଂଖ୍ୟା ୧୨୦୯୧ କାଠଗୋଦାମ ଡେରାଦୁନ ଏକ୍ସପ୍ରେସ୍‌ ଡେରାଦୁନରୁ କୋଠଗୋଦାମ ଅଭିମୁଖେ ସେହି ଟ୍ରାକ୍‌ରେ ଯାଉ ଥିଲା ।

ଟ୍ରେନ୍‌ର ଲୋକ ପାଇଲଟ ରେଲୱେ ଲାଇନ୍‌ରେ ବିଦ୍ୟୁତ୍‌ ପୋଲ୍‌ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତତ୍କାଳ ଏମର୍ଜେନ୍ସି ବ୍ରେକ୍‌ ଲଗାଇ ଟ୍ରେନ୍‌କୁ ରୋକି ଥିଲେ ଏବଂ ମାମଲାର ସୂଚନା ଅଧିକାରୀଙ୍କୁ ଜଣାଇ ଥିଲେ । ଅନ୍ୟପଟେ ଯଦି ଦେଖିବା ଯେମିତି କି ଦିନକୁ ଦିନ ବାରମ୍ବାର ଟ୍ରେନ ଟ୍ରକ ଦୁର୍ଘଟଣା ବା ଷଢ଼ଯନ୍ତ୍ରର ସୂତ୍ରଧର କିଏ ? ଏବଂ ପକୃତରେ ଦୋଷୀ କିଏ ? କେବେ ଏହାର ମହା ଖୁଲାସା କରିବେ ରେଳ ବିଭାଗ ତାହାରି ଉପରେ ସମସ୍ତଙ୍କର ରହିଛି ନଜର l

Related Articles

Back to top button
WP Twitter Auto Publish Powered By : XYZScripts.com