ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼: ୩ ମହିଳାଙ୍କୁ ଗିରଫ
ବାଲେଶ୍ୱର: ସୁଭଦ୍ରା ଯୋଜନା ପାଇଁ ଗଛରେ ବାନ୍ଧି ଅଙ୍ଗନବାଡ଼ି ଦିଦିଙ୍କୁ ମାଡ଼ ଘଟଣା । ୩ ମହିଳାଙ୍କୁ ଗିରଫ କଲା ସିଂଲା ଥାନା ପୋଲିସ । ଘଟଣାରେ ସମ୍ପୃକ୍ତ ୬ଜଣ ଫେରାର୍ ଅଛନ୍ତି । ଗତ ୨୦ରେ ମହାପଦା ଅଙ୍ଗନବାଡ଼ି ଦିଦିଙ୍କୁ ଗଛରେ ବାନ୍ଧି ମାଡ଼ ମାରିଥିଲେ କିଛି ଲୋକ ।
ବାଲେଶ୍ୱର ଜିଲ୍ଲା ସିଂଲା ଥାନା ମହାପଦା ଗ୍ରାମର ଅଙ୍ଗନବାଡି କର୍ମୀ ଉର୍ମିଳା ସାମଲଙ୍କୁ ଗତକାଲି ଗଛରେ ବାନ୍ଧି ମାଡ଼ ମରାଯାଇଥିଲା । ଗୁରୁତର ଅବସ୍ଥାରେ ଅଙ୍ଗନବାଡି କର୍ମୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ସିଂଲା ଥାନାରେ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।
ତେବେ ସୁଭଦ୍ରା ଯୋଜନାରେ କାମ କରିବାରୁ ଗାଁର କିଛି ଲୋକ ତାଙ୍କୁ ମାଡ ମାରିଥିଲେ ବୋଲି କହିଥିଲେ ପୀଡିତା ଅଙ୍ଗନବାଡି କର୍ମୀ । ଖବର ଜାଣିବା ପରେ ଉପମୁଖ୍ୟମନ୍ତ୍ରୀ ସିଧା ଫୋନରେ କଥା ହୋଇଥିଲେ । ଏଥିସହ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସହ କଥା ହୋଇଥିବାର ସୂଚନା ଦେବା ସହ ତୃଣମୂଳ ସ୍ତରରେ କାମ କରୁଥିବା ଲୋକମାନଙ୍କ ସହ ସରକାର ଅଛନ୍ତି ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ଅଙ୍ଗନଓ୍ବାଡ଼ି ସଂଘ ସଭାପତି ପ୍ରତିଭା ପାଲ୍ଙ୍କ ଲିଖିତ ଅଭିଯୋଗରୁ ଜଣାଯାଇଛି ଯେ, ଗତ ୧୯ ତାରିଖ କର୍ମୀ ଉର୍ମିଳା ସାମଲ ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିଚାଳନା କରୁଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ମହିଳା ପୁରୁଷ ଅଙ୍ଗନଓ୍ବାଡି କେନ୍ଦ୍ରରେ ପଶି ଉର୍ମିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଉର୍ମିଳା ପ୍ରତିବାଦ କରିବାରୁ ମହିଳାମାନେ ତାଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।
ଉର୍ମିଳା ଚିତ୍କାର କରୁଥିବାବେଳେ ଏହାର ଭିଡିଓ ରେକର୍ଡିଂ କରି ମଜା ନେଉଥିଲେ । ଖବର ପାଇ ବାଲିଆପାଳ ସିଡିପିଓ ପାର୍ବତୀ ମୁର୍ମୁ ଓ କିଛି ଅଙ୍ଗନଓ୍ବାଡ଼ି କର୍ମୀ ମହାପଦା ଗାଁର ପହଞ୍ଚି ଉର୍ମିଳାଙ୍କୁ ଉଦ୍ଧାର କରିଥିଲେ।
ପ୍ରଥମେ ତାଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯିବ ସହ ସଂଘ ପକ୍ଷରୁ ଜିଲାପାଳ ଓ ଏସ୍ପିଙ୍କୁ ଭେଟି ଆଲୋଚନା କରାଯାଇଛି l