ଓଡ଼ିଶା

ବିଜେଡି ଆଉ ହରତାଳ କରିବନି, କାହିଁକି ଜାଣନ୍ତୁ

ଭୁବନେଶ୍ବର: ଭରତପୁର ଥାନା ମେଜର-ବାନ୍ଧବୀ ମାମଲାରେ ରାଜ୍ୟ ପଡୁଛି ଉଠୁଛି l ଏନେଇ ବିରୋଧୀ ଦଳ ବିଜେଡି ବନ୍ଦ ଡାକରା ଫେରାଇ ନେଇଛି । ଆସନ୍ତାକାଲି ଅର୍ଥାତ ଆଜି ଆଉ ହରତାଳ କରିବନି ବିଜେଡି ।

ସରକାରଙ୍କ ପକ୍ଷରୁ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ବିଜେଡି ତାର ମଙ୍ଗଳବାର ୬ ଘଣ୍ଟିଆ ବନ୍ଦ ଡାକରା ପ୍ରତ୍ୟାହାର କରିନେଇଛି । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛି ବିଜେଡି । ତେବେ ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦେବା ମାମଲାରେ ନ୍ୟାୟ ଦାବି କରି ରବିବାର ଆସନ୍ତା ୨୪ ତାରିଖରେ ବିଜେଡି ସକାଳ ୬ରୁ ଦିନ ୧ଟା ଯାଏଁ ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେବା ବୋଲି ଘୋଷଣା କରିଥିଲା ।

ହେଲେ ଗତ କାଲି Bବିଳମ୍ବିତ ରାତିରେ ସରକାର ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ କରି ୬୦ ଦିନରେ ରିପୋର୍ଟ ଦେବାକୁ ବିଜ୍ଞପ୍ତି ଜାରି କରିଛି ଗୃହ ବିଭାଗ ।

ପୀଡିତା, ମେଜର, ପୋଲିସଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଅଭିଯୋଗ, ଭରତପୁର ଥାନା, କ୍ରାଇମବ୍ରାଞ୍ଚ ଓ ଚନ୍ଦକା ଥାନା ମାମଲା ସବୁର ନିରପେକ୍ଷ ନ୍ୟାୟିକ ତଦନ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ବିଜେଡି ତାର ହରତାଳ ପ୍ରତ୍ୟାହାର କରିନେଇଛି । ତେବେ ଏହି ମେଜର-ପୀଡିତା ଏବଂ ପୁଲିସଙ୍କ କଥାକୁ ଆଧାରକରି, କିଏ ସତ କିଏ ମିଛ ବିଚାରବିଭାଗୀୟ ତଦନ୍ତ ପରେ ହିଁ ଜଣାପଡିବ l

Related Articles

Back to top button
WP Twitter Auto Publish Powered By : XYZScripts.com