ଭାରତରେ ମଙ୍କିପକ୍ସର ‘କ୍ଲେଡ୍ 1ବି’ ଭାରିଆଣ୍ଟ ଚିହ୍ନଟ,କେମିତି ଜାଣନ୍ତୁ
ନୂଆଦିଲ୍ଲୀ: ଭାରତରେ ଘାତକ ମଙ୍କିପକ୍ସ ପ୍ରଥମ ମାମଲା ସାମନାକୁ ଆସିଛି । ମଙ୍କିପକ୍ସର ‘କ୍ଲେଡ ୧’ ଭାରିଆଣ୍ଟର ପ୍ରଥମ ମାମଲା ଭାରତରେ ଚିହ୍ନଟ ହୋଇଛି । ଏହି ଷ୍ଟେ୍ରନ୍, ଯାହାକୁ ଗତ ମାସ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପବ୍ଲିକ୍ ହେଲଥ୍ ଏମର୍ଜେନ୍ସି ବୋଲି ଘୋଷିତ କରିଥିଲା ।
ମଙ୍କିପକ୍ସ କ୍ଲେଡ ୧ ବି ଭାରିଆଣ୍ଟର ଏହି ପ୍ରଥମ ମାମଲା କେରଳର ଜଣେ ବ୍ୟକ୍ତିଙ୍କ ନିକଟରେ ଦେଖିବାକୁ ମିଳିଛି । ମଲ୍ଲପୁରମ୍ ନିବାସୀ ୩୮ ବର୍ଷୀୟ ବ୍ୟକ୍ତି ‘କ୍ଳେଡ୍ ୧ବି ଷ୍ଟେ୍ରନ୍’ରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ନିକଟରେ ୟୁଏଇରୁ ଫେରିଥିଲେ ।
ମିଳିଥିବା ସୂଚନା ଅନୁସାରେ, ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏହା ଏଭଳି ପ୍ରଥମ ମାମଲା। ଡବ୍ଲୁଏଚଓ ଗତ ମାସ ଦ୍ବିତୀୟ ଥର ମଙ୍କିପକ୍ସକୁ ସାର୍ବଜନୀକ ହେଲଥ୍ ଏମର୍ଜେନ୍ସି ଘୋଣିତ କରିଥିଲା । ଏହା ପୂର୍ବରୁ ଦିଲ୍ଲୀରେ ପ୍ରଥମ ମାମଲା ସାମନାକୁ ଆସିଥିଲା । ମଙ୍କିପକ୍ସର ଗୋଟିଏ ମାମଲା ହରିୟାଣାର ହିସାର ନିବାସୀ ୨୬ ବର୍ଷୀୟ ବ୍ୟକ୍ତିଙ୍କ ନିକଟରେ ଦେଖିବାକୁ ମିଳିଥିଲା ।
ଯିଏକ ଚଳିତ ମାସ ପଶ୍ଚିମ ଆଫ୍ରିକା ‘କ୍ଲେଡ୍ ୨’ ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ । ଡବ୍ଲୁଏଚଓ ପକ୍ଷରୁ ମଙ୍କିପକ୍ସକୁ ୨୦୨୨ ରେ ହେଲଥ୍ ଏମର୍ଜେନ୍ସି ଘୋଷିତ କରିବା ପରେ ଭାରତରେ ଏହାର ୩୦ଟି ମାମଲା ସାମନାକୁ ଆସଛି । ଏହା ମଧ୍ୟରେ ଦିଲ୍ଲୀର ଲୋକ ନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲ ଏହି ମାସ ଆରମ୍ଭରୁ ଭର୍ତ୍ତି ମଙ୍କିପକ୍ସର ଜଣେ ରୋଗୀଙ୍କୁ ଡିସଚାର୍ଜ କରିଛନ୍ତି ।
ତେବେ ସୂଚନା ଅନୁସାରେ, ଆଫ୍ରିକୀୟ ଦେଶରେ ମଙ୍କିପକ୍ସ ମାମଲା ବଢିଚାଲିଛି । ଲଗାତାର ଭାବେ ନୂଆ ଭାରିଆଣ୍ଟ ‘କ୍ଲେଡ୍ ୧ବି’ ଚିହ୍ନଟ ହେବା ପରେ ଅଗଷ୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ହେଲଥ ଏମର୍ଜେନ୍ସି ରୂପେ ଘୋଷଣା କରିଥିଲା ।