ଜାତୀୟବାଣିଜ୍ୟ

ଦ୍ରୁତ ଗତିରେ ବଢି ସବୁ ରେକର୍ଡ ଭାଙ୍ଗିଲା ସେନସେକ୍ସ: ଉପରମୁହାଁ ନିଫ୍ଟି

ନୂଆଦିଲ୍ଲୀ: ସେନସେକ୍ସ ମଙ୍ଗଳବାର ସବୁ ରେକର୍ଡ ଭାଙ୍ଗିଛି । ଭାରତୀୟ ସେୟାର ବଜାର ରଚିଲା ଇତିହାସ । ଆଜି କାରବାର ଆରମ୍ଭରୁ ଷ୍ଟକ ମାର୍କେଟରେ ବମ୍ପର ଉତ୍ସାହ ଦେଖିବାକୁ ମିଳିଛି । ବିଏସ୍‌ଇ ସେନସେକ୍ସ ଏବଂ ଏନ୍‌ଏସ୍‌ଇ ନିଫ୍ଟିରେ ଜବରଦସ୍ତ କାରବାର ଆରମ୍ଭ କରିଛି ।

ପ୍ରଥମ ଥର ୮୫ ପାର୍ କଲା ସେନସେକ୍ସ । ନିଫ୍ଟି ବି ଭାଙ୍ଗିଲା ରେକର୍ଡ । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ସେନସେକ୍ସ ଦ୍ରୁତ ଗତିରେ ବଢି ୮୫ ହଜାର ୪୧ ଦଶମିକ ୩୪ ଛୁଇଁଛି । ଯାହା କି ଅଲ ଟାଇମ୍ ରେକର୍ଡ । ଆଉ ଏହା ମଧ୍ୟ ପ୍ରଥମ ଥର ହେଇଛି ଯେ କି, ସେନସେକ୍ସ ୮୫ ହଜାର ଛୁଇଁଥିବା ବେଳେ ନିଫ୍ଟି ବି ଉପରମୁହାଁ ରହିଛି । ନିଫ୍ଟି ବି ପାଖାପାଖି ୨୬ ହଜାର ନିକଟରେ ଟ୍ରେଡ୍ କରୁଛି ।

ତେବେ ୨୪ ହଜାର ୭୮୭ ପଏଣ୍ଟରୁ କାରବାର ଆରମ୍ଭ କରଥିବା ସେୟାର ବଜାରରେ ନିବେଶଙ୍କ ଇନଟ୍ରେଷ୍ଟ ବଢୁଥିବାରୁ ଏହା ଆଜି ୮୫ ହଜାରରେ ପହଞ୍ଚିଛି । ଘରୋଇ ବଜାରରେ କାରବାର ଆରମ୍ଭ ହେବା ପୂର୍ବରୁ ବ୍ୟବସାୟରେ ଚାପର ଲକ୍ଷଣ ଥିଲା ।

ପ୍ରି-ଓପନ ସେସନରେ ସେନସେକ୍ସ ପ୍ରାୟ ୭୦ ପଏଣ୍ଟ ହ୍ରାସ ସହ ୮୪,୮୬୦ ପଏଣ୍ଟ ନିକଟରେ କାରବାର କରୁଥିବାବେଳେ ନିଫ୍ଟି ପ୍ରାୟ ୧୮ ପଏଣ୍ଟ ହରାଇ ୨୫,୯୨୦ ପଏଣ୍ଟ ନିକଟରେ କାରବାର କରିଥିଲା। ଏହାପୂର୍ବରୁ ଘରୋଇ ଷ୍ଟକ ବଜାର ସୋମବାର ଏକ ଭଲ ଆରମ୍ଭ କରିଥିଲା । ସୋମବାର, ସେନସେକ୍ସ ୩୮୪.୩୦ ପଏଣ୍ଟ (୦.୪୫ ପ୍ରତିଶତ) ବୃଦ୍ଧି ସହିତ ୮୪,୯୨୮.୬୧ ପଏଣ୍ଟରେ ବନ୍ଦ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com