ଓଡ଼ିଶାକ୍ରୀଡ଼ା

ସିକେ ନାଇଡୁ ଟ୍ରଫି ପାଇଁ ୧୬ ଜଣିଆ ଓଡିଶା ଦଳ ଘୋଷଣା କରିଲା ଓସିଏ

କଟକ(ଜାୱେଦ ଅହମ୍ମଦ): ଆସନ୍ତା ଅକ୍ଟୋବର ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ୨୩ ବର୍ଷରୁ କମ କର୍ଣ୍ଣେଲ ସି.କେ.ନାଇଡୁ ଟ୍ରଫି ପାଇଁ ୧୬ ଜଣିଆ ଓଡିଶା ଦଳ ଘୋଷଣା କରିଛି ଓସିଏ ।

ସାୱନ ପାହାଡିଆଙ୍କ ଅଧିନାୟକତ୍ବରେ ଓଡିଶା ଉତ୍ତରାଖଣ୍ଡ ବିପକ୍ଷରେ ଅକ୍ଟୋବର ୧୩ ରୁ ୧୬ ପର୍ଯ୍ୟନ୍ତ ପ୍ରଥମ ମ୍ୟାଚ ଖେଳିବ । ପରେ ଅକ୍ଟୋବର ୨୦ ରୁ ୨୩ ପର୍ଯ୍ୟନ୍ତ ମହାରାଷ୍ଟ୍ର ବିପକ୍ଷରେ ମ୍ୟାଚ ଖେଳିବ ଓଡିଶା ।

ଓଡିଶା ଟିମରେ ୩ ଜଣ ଓପନର, ୫ ବ୍ୟାଟସମ୍ୟାନ, ୨ ଅଲରାଉଣ୍ଡର ଓ ୪ ବୋଲର ସ୍ଥାନ ପାଇଛନ୍ତି। ଦଳ ର ପ୍ରସ୍ତୁତି ଭଲ ହୋଇ ଥିବାରୁ ପ୍ରଥମ ଦୁଇଟି ମ୍ୟାଚ ରେ ଓଡିଶା ଭଲ କରିବ ବୋଲି ଚୟନକର୍ତ୍ତା ଆଶା ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com