ଓଡ଼ିଶା

ସଂସଦର ୩୧ଜଣିଆ କମିଟିରେ ବିଜେପି-ବିଜେଡି-କଂଗ୍ରେସ ଏମପି-ବିଭିନ୍ନ ବିଭାଗରେ ନିଯୁକ୍ତି

ନୂଆଦିଲ୍ଲୀ: ଗଠିତ ହୋଇଛି ସଂସଦୀୟ ଷ୍ଟାଣ୍ଡିଂ କମିଟି । ବିଭିନ୍ନ ବିଭାଗ ପାଇଁ ଉଭୟ ଗୃହ ଯଥା ଲୋକସଭା ଓ ରାଜ୍ୟସଭାର ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ ହୋଇଛି । ଏଥିରେ ଓଡ଼ିଶାର ବହୁ ସାଂସଦଙ୍କୁ ସ୍ଥାନ ମିଳିଛି । ପ୍ରାୟ ସବୁ ଦଳକୁ ବିଭିନ୍ନ ବିଭାଗ ପାଇଁ ପ୍ରତିନିଧିତ୍ୱ ମିଳିଛି ।

ତେବେ ଏହି ୩୧ ଜଣିଆ ବାଣିଜ୍ୟ କମିଟିରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି । ଅର୍ଥ କମିଟିର ଅଧ୍ୟକ୍ଷ ଭାବେ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନିଯୁକ୍ତ କରାଯାଇଛି ।

ଅର୍ଥ ଶିକ୍ଷା, ମହିଳା ଓ ଶିଶୁ ବିଭାଗ କମିଟିରେ ସାଂସଦ ସମ୍ବିତ ପାତ୍ର, ରେଲୱେ କମିଟିରେ ସାଂସଦ ସୁବାଶିଷ ଖୁଣ୍ଟିଆ, ବଳଭଦ୍ର ମାଝୀ ଓ ସଙ୍ଗୀତା ସିଂଦେଓ ସ୍ଥାନ ପାଇଛନ୍ତି । ଶିଳ୍ପ କମିଟିରେ ବିଭୁ ତରାଇଙ୍କ ନାଁ ରହିଛି। ସେହିପରି ସାଂସଦ ଅଭିମନ୍ୟୁ ସେଠୀ ପରିବହନ, ପର୍ୟ୍ୟଟନ ଓ ସଂସ୍କୃତି ବିଭାଗ କମିଟିରେ ସାମିଲ ହୋଇଛନ୍ତି ।

ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ କମିଟି ଅଧ୍ୟକ୍ଷ ଭାବେ ସପ୍ତଗିରି ଉଲ୍ଲାକା, ଖାଦ୍ୟ ଓ ସାଧାରଣ ବଣ୍ଟନ କମିଟିର ସଦସ୍ୟ ଭାବେ ମାଳବିକା ଦେବୀ, ଶ୍ରମ, ଦକ୍ଷତା ବିକାଶ କମିଟିରେ ପ୍ରଦୀପ ପୁରୋହିତ ସାମିଲ ହୋଇଛନ୍ତି। ସେହିପରି ବୈଦେଶିକ ବ୍ୟାପାର ବିଭାଗ କମିଟିରେ ପ୍ରଦୀପ ପାଣିଗ୍ରାହୀ ଅଛନ୍ତି ।

ପଞ୍ଚାୟତିରାଜ ବିଭାଗ କମିଟିରେ ନବ ଚରଣ ମାଝୀ ଓ ଜଳ ସଂପଦ ବିଭାଗ କମିଟିରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଶ୍ରମ, ଦକ୍ଷତା ବିକାଶ କମିଟିରେ ରୁଦ୍ର ନାରାୟଣ ପାଣି ସାମିଲ ହୋଇଛନ୍ତି। ବାଣିଜ୍ୟ କମିଟିରେ ସାଂସଦ ଅନିତା ଶୁଭଦର୍ଶିନୀ ସଦସ୍ୟ ଅଛନ୍ତି। ଶକ୍ତି କମିଟିରେ ସ୍ଥାନ ପାଇଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ ।

ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ କମିଟିରେ ସସ୍ମିତ ପାତ୍ର ଓ ପ୍ରତିରକ୍ଷା ବିଭାଗରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ଶିଳ୍ପ କମିଟିରେ ସୁଲତା ଦେଓ, ସାର ଓ ରସାୟନ ବିଭାଗ କମିଟିର ସଦସ୍ୟ ଭାବେ ନିରଂଜନ ବିଶିଙ୍କ ନାଁ ରହିଛି ।

ଅନ୍ୟପଟେ କଂଗ୍ରେସ ନେତା ରାହୁଲଙ୍କୁ ପ୍ରତିରକ୍ଷା କମିଟିର ସଦସ୍ୟ ରଖାଯାଇଥିବାବେଳେ ସୋନିଆ ଗାନ୍ଧୀଙ୍କୁ କୌଣସି ପ୍ୟାନେଲରେ ସ୍ଥାନ ମିଳି ନାହିଁ। ତେବେ ପ୍ରତ୍ୟେକ ସାଧାରଣ ନିର୍ବାଚନ ପରେ ପୁନଗର୍ଠିତ ହେଉଥିବା ଏହି କମିଟି ମିନି ପାର୍ଲାମେଣ୍ଟ ଭାବେ କାର୍ୟ୍ୟ କରିବା ସହ ବିଭିନ୍ନ ମନ୍ତ୍ରଣାଳୟର କାର୍ୟ୍ୟକାରିତା ଉପରେ ନଜର ରଖିଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com