ଓଡ଼ିଶା

ଆସୁଛି ବଡ଼ ବର୍ଷା ! ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

  ଭୁବନେଶ୍ୱେର, ୦୩.୧୨ ୦ ୨୦୨୨-  ଆସନ୍ତାକାଲିପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗଜପତି, ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।ଆନ୍ଧ୍ର ଉପକୂଳ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ,ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଆଉ ଏକ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି। ପ୍ରବଳ ବର୍ଷା ସମ୍ଭାବନା ନେଇ ଆଜି ୧୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ବାଲେଶ୍ୱରଭଦ୍ରକଯାଜପୁରକେନ୍ଦ୍ରାପଡାକଟକଜଗତସିଂହପୁରପୁରୀଖୋର୍ଦ୍ଧାନୟାଗଡ ଗଞ୍ଜାମଗଜପତିସୁନ୍ଦରଗଡକେନ୍ଦୁଝରମୟୂରଭଞ୍ଜଦେବଗଡଅନୁଗୁଳ ,ଏହି ଜିଲ୍ଲା ସେଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।  ସେହିପରି ଆସନ୍ତାକାଲି ୧୩ଟି ଜିଲ୍ଲା ପାଇଁପ୍ରବଳ ବର୍ଷା  ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।      ଗଜପତିଗଞ୍ଜାମପୁରୀ ଏବଂ ଖୋର୍ଦ୍ଧା ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛ।ସେପ୍ଟେମ୍ବର ୫ତାରିଖରେ ମାଲକାନଗିରିକୋରାପୁଟରାୟଗଡ଼ାକଟକ ଜଗତସିଂହପୁରନବରଙ୍ଗପୁରପୁରୀଖୋର୍ଦ୍ଧାନୟାଗଡ଼ଗଞ୍ଜାମ ଓ ଗଜପତି ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେପ୍ଟେମ୍ବର ୬ ପାଇଁ ୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-  ନୂଆପଡ଼ାବରଗଡ଼ନବରଙ୍ଗପୁରଝାରସୁଗୁଡ଼ା ଓ ସୁନ୍ଦରଗଡ଼

 

 

 

 

 

 

 

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com