ଅନ୍ତର୍ଜାତୀୟରାଜନୀତି

ଜଳୁଛି ଶ୍ରୀଲଙ୍କା : ରାଷ୍ଟ୍ରପତି ଭବନ ଆଗରେ ପୋଲିସ-ଜନତା ମୁହାଁମୁହିଁ, ରାଜଧାନୀ କଲୋମ୍ବୋରେ କର୍ଫ୍ୟୁ

ନୂଆଦିଲ୍ଲୀ :  ଆର୍ଥିକ ସ୍ଥିତିରେ ଦେବାଳିଆ ହୋଇ ପଡିଥିବା ଶ୍ରୀଲଙ୍କା ଏବେ ଅସ୍ଥିର । ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷେଙ୍କ ବାସଭବନ ଆଗରେ ବିରୋଧ ପରେ ରାଜଧାନୀ କଲୋମ୍ବୋର ଅନେକ ସ୍ଥାନରେ ପୋଲିସ କର୍ଫ୍ୟୁ ଲଗାଇଛି ।ଏହାସହ କଲୋମ୍ବୋ ନର୍ଥ, ସାଉଥ୍, ସେଣ୍ଟ୍ରାଲ୍ ଓ ନୁଗଗୋଡାରେ କର୍ଫ୍ୟୁ ଲଗାଯାଇଥିବା ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ଆର୍ଥିକ ଦୁର୍ଗତି ଦେଇ ଗତି କରୁଛି ଶ୍ରୀଲଙ୍କା । ଏବେ ଜନତା ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ।ଗୁରୁବାର ଲୋକେ ମିରିହାନାରେ ଥିବା ରାଷ୍ଟ୍ରପତି ନିବାସ ପାଖରେ ବିରୋଧ ପ୍ରଦର୍ଶନ କରିଥିଲେ । ଫଳରେ ପୋଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ଏପରିକି ପାଣି ମାଡ ମଧ୍ୟ କରିଥିଲା ।
ବିରୋଧ ପ୍ରଦର୍ଶନର କିଛି ଘଣ୍ଟା ପରେ ପୋଲିସ କର୍ଫ୍ୟୁ ଲଗାଇଛି । କାରଣ ପୋଲିସ ଲୁହ ବୁହା ଗ୍ୟାସ୍ ଓ ପାଣି ମାଡ କରିବା ପରେ ଲୋକେ ଉତ୍ତେଜିତ ହୋଇ ପଡିଥିଲେ । ସେମାନେ ପୋଲିସ ଉପରେ ପଥର ମାଡ କରିଥିଲେ । ଏପରିକି ସର୍ବସାଧାରଣ ସମ୍ପତ୍ତି ମଧ୍ୟ ନଷ୍ଟ କରିଥିଲେ । କିଛି ସ୍ଥାନରେ ନିଆଁ ମଧ୍ୟ ସେମାନେ ଲଗାଇଥିଲେ ।
ତେବେ ନିଆଁ ଲଗାଯାଇଥିବା ନେଇ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ କିଛି ଫଟୋରେ ପ୍ରଦର୍ଶନକାରୀ ହାତରେ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରୁଛନ୍ତି ।
ସୂଚନାଯୋଗ୍ୟ, ଶ୍ରୀଲଙ୍କା ସରକାର ଲଗାତର ଭାବେ ଇନ୍ଧନ ଅଭାବ, ବିଜୁଳି ସଙ୍କଟ, ଗ୍ୟାସ ସଙ୍କଟ ଆଦିର ସାମ୍ନା କରୁଛନ୍ତି । ଏହାର ସମାଧାନ ପାଇଁ ସେଠାକାର ସରକାର ଭାରତ ସମେତ ଅନ୍ୟ ପଡୋଶୀ ଦେଶ ସହ ଆଲୋଚନା କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com