ଓଡ଼ିଶା

ପ୍ରଥମ କିସ୍ତି ପାଇ ନ ଥିବା ମହିଳାଙ୍କ ପାଇଁ ବଡ଼ ଖବର,କେବେ ମିଳିବ ସୁଭଦ୍ରା ଟଙ୍କା କହିବେ; ଉପମୁଖ୍ୟମନ୍ତ୍ରୀ!

ଭୁବନେଶ୍ୱର: ‘ସୁଭଦ୍ରା’ କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ଏକ ବଡ଼ ଖବର । କେଉଁ ଦିନ ମିଳିବ ସୁଭଦ୍ରା ଯୋଜନା ସେ ନେଇ ଆଜି ତାରିଖ ଘୋଷଣା ହୋଇପାରେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରବର୍ତ୍ତୀ ତାରିଖ ଘୋଷଣା କରିପାରନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୭ ତାରିଖ ଦିନ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ସେହିଦିନ ୨୫ଲକ୍ଷରୁ ଊଦ୍ଧ୍ୱର୍ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ମିଳିଥିଲା । ଏବେ ଏଥିରେ ସହାୟତା ପାଇବା ପାଇଁ ଆବେଦନ ସଂଖ୍ୟା ୯୨ ଲକ୍ଷ ଟପିଛି ।

ଆଉ ହିତାଧିକାରୀ କିସ୍ତି ଅପେକ୍ଷାରେ ଅଛନ୍ତି । ଦିନକ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଉ ସପ୍ତାହ ପରେ ଆବେଦନକାରୀଙ୍କ ସଂଖ୍ୟା ୧ କୋଟି ଛୁଇଁଯିବ । ଇ-କେୱାସି ପାଇଁ ଟିକେ ସମୟ ଲାଗୁଛି ।

୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦେଇସାରିଛୁ । ୧କୋଟି ମହିଳାଙ୍କ ପାଖରେ ପହଞ୍ଚିବାକୁ ୪ଟି ସ୍ଲାବ ରହିଛି । ୧ କୋଟି ମହିଳାଙ୍କୁ ସୁନିଶ୍ଚିତ ଟଙ୍କା ମିଳିବ । ମାର୍ଚ୍ଚ ୮ ପୂର୍ବରୁ ପ୍ରଥମ କିସ୍ତି ସମସ୍ତ ମହିଳାଙ୍କୁ ମିଳିବ ।

Subhadreaକିନ୍ତୁ ଦ୍ୱିତୀୟ କିସ୍ତି ଏକକାଳୀନ ସମସ୍ତ ମହିଳାଙ୍କୁ ପ୍ରଦାନ କରାଯିବ । କିଏ ଆଗ ପାଉ ତ କିଏ ପରେ ପାଉଛି । କିନ୍ତୁ ସମସ୍ତେ ନିଶ୍ଚିତ ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ।

ସୁଭଦ୍ରା ଯୋଜନା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ସୂଚନା ଦେଇ କହିଥିଲେ ଆଗକୁ ଆସୁଥିବା ମହିଳାଙ୍କ ପର୍ବରେ ଆଉ ଏକ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ପର୍ଯ୍ୟାୟ କ୍ରମେ ୧ କୋଟି ମହିଳାଙ୍କୁ ସରକାର ସୁଭଦ୍ରା ଟଙ୍କା ଦେବେ।

ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ୨୦୨୫ ମାର୍ଚ୍ଚ ୮ ତାରିଖ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଦିଆଯିବ। କିନ୍ତୁ ଦ୍ବିତୀୟ କିସ୍ତି ଏକକାଳୀନ ମହିଳା ଦିବସରେ ପ୍ରଦାନ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com