ମହାପ୍ରସାଦ ଅବଢାର ମାନ ଯାଞ୍ଚ ହେବ: ପୃଥ୍ୱୀରାଜ ହରିଚନ୍ଦନ
ପୁରୀ: ଶ୍ରୀମନ୍ଦିର ଅବଢାର ମାନ ଯାଞ୍ଚ ହେବ l ତିରୁପତି ଲଡୁ ପ୍ରସାଦ ଘଟଣା ପରେ ଦେଶରେ ସବୁ ବଡ ମନ୍ଦିରର ପ୍ରସାଦ ଭୋଗକୁ ଭକ୍ତ ମାନଙ୍କ ମଧ୍ୟରେ ଏକ ପ୍ରକାରର ଅନ୍ତୋଷ ଦିଯା ଦେଇଛି l
ଯାହାକି ଏହିଭଳି ଘଟଣାକୁ ନେଇ ଶୁକ୍ରବାର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜ ପ୍ରତିକ୍ରିୟା ରଖିଛନ୍ତି l ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢାର ମାନ ଯାଞ୍ଚ ହେବ। ଫୁଡ୍ ଇନ୍ସପେକ୍ଟର ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ସରିଛି ।
କେବଳ ଅବଢା ନୁହେଁ, ଘିଅର ମଧ୍ୟ ମାନ ଯାଞ୍ଚ କରାଯିବ ।ବାଲାଜୀ ମନ୍ଦିର ଭଳି ଘଟଣା ଘଟିବା ପୂର୍ବରୁ ସଜାଗ ହେବାକୁ ପଡିବ । ଶ୍ରୀଜଗନ୍ନାଥ ମନ୍ଦିରରେ ଏହା କରିବାକୁ ଦେବୁନୁ ବୋଲି ମନ୍ତ୍ରୀ କହିଛନ୍ତି । ଆଇନ ମନ୍ତ୍ରୀ ବୁଧବାର ସୂଚନା ଦେଇଥିଲେ, ଶ୍ରୀମନ୍ଦିରରେ ଫୁଡ୍ ଅଫିସର୍ ନିଯୁକ୍ତି ହେବେ । ଅଫିସର୍ମାନେ ମହାପ୍ରସାଦ, ଶୁଖିଲା ଭୋଗର ମାନ ଯାଞ୍ଚ କରିବେ ।
ଏହାସହ ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଭୋଗ ସାମଗ୍ରୀ ଓ ଘିଅର ଶୁଦ୍ଧତା ମଧ୍ୟ ଯାଞ୍ଚ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଜାରି ହେବ l ଏହାପୂର୍ବରୁ ସେପ୍ଟେବରରେ ୨୪ରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୋଠ ଭୋଗ, ବରାଦି ଭୋଗ ଓ ଅନ୍ୟାନ୍ୟ ଭୋଗରେ ବ୍ୟବହୃତ ହେଉଥିବା ଘିଅର ମାନ ଯାଞ୍ଚ ହେବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଙ୍ଗଳବାର ସୂଚନା ଦେଇଥିଲେ ।
ଏନେଇ ଓମ୍ଫେଡ୍ ଓ ଅନ୍ୟ ସଂସ୍ଥା ସହ ଆଲୋଚନା କରିବୁ । ଏକ ମାନକଯୁକ୍ତ ଘିଅ ଯୋଗାଣ ନେଇ ଆମେ ଆଲୋଚନା କରିବୁ । ଆବଶ୍ୟକ ପଡିଲେ ମହାପ୍ରସାଦ ଓ ଦୀପରେ ବ୍ୟବହୃତ ଘିଅ ମାନ ଯାଞ୍ଚ ହେବ ବୋଲି ଜିଲ୍ଲାପାଳ କହିଥିଲେ।