ଜାତୀୟ

ବିବାଦ ଘେରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ,କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ରୁଜୁ ହେବ ମାମଲା । ଏନେଇ ନିର୍ଦ୍ଦେଶ ଦେଲେ ବେଙ୍ଗାଲୁରୁର ସ୍ବତନ୍ତ୍ର ପ୍ରତିନିଧୀ କୋର୍ଟ । ନିର୍ବାଚନ ବଣ୍ଡ ମାଧ୍ୟମରେ ଜବରଦସ୍ତି ଟଙ୍କା ଆଦାୟ ମାମଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଜନାଧିକାର ସଂଘର୍ଷ ପରିଷଦ ଜେଏସପି ସହ-ଅଧ୍ୟକ୍ଷ ଆଦର୍ଶ ଆୟାର ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ନିର୍ବାଚନ ବଣ୍ଡ ମାଧ୍ୟମରେ ଧମକଚମକ ଦିଆଯାଉଛି । ଏହି ଆବେଦନ ଶୁଣାଣି କରି ବେଙ୍ଗାଲୁରୁର ତିଲକ ନଗର ପୋଲିସ ଷ୍ଟେସନକୁ ନିର୍ବାଚନ ବଣ୍ଡ ମାଧ୍ୟମରେ ଜବରଦସ୍ତି ଟଙ୍କା ଆଦାୟ ମାମଲାରେ ମାମଲା ରୁଜୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାର ଶୁଣାଣି ଅକ୍ଟୋବର ୧୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଦାଖଲ ହୋଇଥିବା ଏକ ପିଟିସନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଇଡି ଅଧିକାରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ଜାତୀୟ ନେତା, ତତ୍କାଳୀନ ବିଜେପି କର୍ଣ୍ଣାଟକ ସଭାପତି ନଳୀନ କୁମାର କେଟେଲ, ବିଜୟେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ ହୋଇଛି ।

ତେବେ ୨୦୨୩ ମସିହାରେ, ସୁପ୍ରିମକୋର୍ଟଙ୍କ ପୂର୍ବରୁ ନିର୍ବାଚନ ବଣ୍ଡ ଯୋଜନାକୁ ଚ୍ୟାଲେଞ୍ଜ କରାଯାଇଥିଲା ଏବଂ ଚାରି ଆବେଦନକାରୀଙ୍କ କଥା ଶୁଣିବା ପରେ ଏବଂ ସେମାନଙ୍କ ପକ୍ଷ ଜାଣିବା ପରେ ସୁପ୍ରିମକୋର୍ଟ ଏହାର ନିଷ୍ପତ୍ତି ଦେଇଥିଲେ ।

ସୁପ୍ରିମକୋର୍ଟ କେବଳ ନିର୍ବାଚନ ବଣ୍ଡ ଯୋଜନାକୁ ଅସାମ୍ବିଧାନିକ ବିବେଚନା କରିନାହାଁନ୍ତି ବରଂ ଏହାକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛନ୍ତି । ଅନ୍ୟପକ୍ଷରେ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ତିଳକ ନଗର ପୁଲିସ୍‌ ଏବେ ସୀତାରମଣ ଓ ତାଙ୍କ ସହ ଥିବା ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ କରିବ ।

ରାଜନୈତକ ଦଳମାନଙ୍କୁ ଅର୍ଥ ଦାନ କରିବାର ଏକ ମାଧ୍ୟମ ହେଉଛି ନିର୍ବାଚନୀ ବଣ୍ଡ । ଏହାକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ବିବାଦ ଜାରି ରହିଛି । ଏନେଇ ଏକ ମାମଲା ସୁପ୍ରିମକୋର୍ଟରେ ମଧ୍ୟ ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com