ଜାତୀୟ

୧୧ ବର୍ଷ ତଳେ ଆଜିର ଦିନରେ ଇତିହାସ ରଚିଥିଲା ଟିମ୍ ଇଣ୍ଡିଆ, ଶ୍ରୀଲଙ୍କାକୁ ହରାଇ ଜିତିଥିଲା ବିଶ୍ୱକପ୍

ମୁମ୍ବାଇ() ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଆଜିର ଦିନରେ ଠିକ୍ ୧୧ ବର୍ଷ ତଳେ ବିଶ୍ୱବିଜୟୀ ହୋଇଥିଲା । ୨୦୧୧ ଏପ୍ରିଲ ୨ ତାରିଖରେ ମୁମ୍ବାଇରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଧୋନୀ ସେନା ୬ ଓ୍ୱିକେଟରେ ଶ୍ରୀଲଙ୍କାକୁ ମାତ୍ ଦେଇଥିଲା । ମ୍ୟାଚ୍ ଜିତାଇବାରେ ଗୌତମ ଗମ୍ଭୀର ଓ ଧୋନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଗମ୍ଭୀର ଦଳ ପକ୍ଷରୁ ସର୍ବାଧିକ ସ୍କୋର କରିଥିଲେ । ଫଳରେ ଦଳ ୧୯୮୩ ପରେ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହୋଇଥିଲା ।

ମୁକାବିଲାରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ଦଳ ୬ ଓ୍ୱିକେଟରେ ୨୭୪ ରନ୍ କରିଥିଲା । ମହେଲା ଜୟବର୍ଧନେ ଶତକୀୟ ଇନିଂସ ଖେଳିଥିଲେ । ୨୭୫ ରନର ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ୟ୍ୟୟର ସାମ୍ନା କରିଥିଲା । ଗୋଟିଏ ସମୟରେ ମ୍ୟାଚ୍ ହାରିଯିବା ଭଳି ସ୍ଥିତି ଉପୁଜିଥିଲା । କିନ୍ତୁ ଧୋନୀ ଓ ଗମ୍ଭୀର ୧୦୯ ରନର ପାର୍ଟନରସିପ୍ କରି ଦଳକୁ ଜିତାଇଥିଲେ ।

ମ୍ୟାଚରେ ଗମ୍ଭୀର ୯୭ ରନ୍ କରି ଆଉଟ୍ ହୋଇଥିଲେ । ଭାରତ ତରଫରୁ ସେ ସର୍ବାଧିକ ରନ୍ କରିଥିଲେ । ପାଳିରେ ସେ ୯ ଚୌକା ଲଗାଇଥିଲେ । ସେହିପରି ଧୋନୀ ଛକା ମାରି ଭାରତକୁ ବିଜୟୀ କରାଇଥିଲେ ଓ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା । ଯୁବରାଜ ସିଂ ପ୍ଲେୟାର ଅଫ୍ ଦି ସିରିଜ୍ ହୋଇଥିଲେ ।

ମ୍ୟାଚ୍ ଜିତିବା ପରେ ଭାରତୀୟ ଫ୍ୟାନ୍ ରାତି ସାରା ଖୁସି ମନାଇଥିଲେ । ବାଣ ଫୁଟାଇ ଉତ୍ସବ ମନାଇ ସେମାନେ ଦଳର ବିଜୟ ଉତ୍ସବ ପାଳନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com