ଜାତୀୟ

ପୁଣି ଭାରତକୁ ଉସୁକାଇଲା ଚୀନ୍‌, ଗଲୱାନ୍‌ ଆହତଙ୍କୁ ଧରାଇଲା ଅଲିମ୍ପିକ ମସାଲ

ନୂଆଦିଲ୍ଲୀ() ଗଲଓ୍ୱାନ ସଂଘର୍ଷକୁ ନେଇ ପୁଣି ଭାରତକୁ ଉସୁକାଇଲା ଚୀନ୍। ବର୍ଷ ଆରମ୍ଭରେ ଗଲୱାନ ଉପତ୍ୟାକାରେ ଚୀନ ନିଜର ଜାତୀୟ ପତାକା ଉଡ଼ାଇବା ପରେ ଏବେ ଆଉ ଏକ କାଣ୍ଡ ଘଟାଇଛି। ଗଲଓ୍ୱାନ ଲଢ଼େଇରେ ସାମିଲ୍ ସୈନିକଙ୍କୁ ଧରାଇଛି ବେଜିଂ ଶୀତକାଳୀନ ଅଲିମ୍ପିକ ଟର୍ଚ୍ଚ ମସାଲ। PLAର ରେଜିମେଣ୍ଟ କମାଣ୍ଡର କି ଫାବାଓ ଧରିଲେ ଟର୍ଚ୍ଚ ମସାଲ। ସେ ଗଳୱାନ୍‌ ସଙ୍ଘର୍ଷରେ ଭାଗ ନେଇ ଆହତ ହୋଇଥିଲେ।

ଏବେ ଫାବାଓଙ୍କୁ ହିରୋ ଦର୍ଶାଇ ମସାଲ ବାହକରେ ସାମିଲ୍ କରିଛନ୍ତି ଚୀନ୍ ସରକାର। କି ଫାବାଓ ହେଉଛନ୍ତି ଚୀନ ସେନା ବା ପିଏଲଏର ସିଜିଆନ ମିଲିଟାରୀ କମାଣ୍ଡର ଜଣେ ରେଜିମେଣ୍ଟ କମାଣ୍ଡର। ସେ ଗଲୱାନ ସଂଘର୍ଷରେ ଭାଗ ନେଇ ଆହତ ହୋଇଥିଲେ। ମାନବ ଅଧିକାର ହନନ ନେଇ ଆମେରିକା ସମେତ ବିଭିନ୍ନ ପାଶ୍ଚାତ୍ୟ ଦେଶ ବେଜିଂ ଅଲିମ୍ପିକ୍ସକୁ କୂଟନୈତିକ ବହିଷ୍କାର କରିଥିବାବେଳେ ଭାରତ ଚୀନ ସମର୍ଥନରେ ରହିଛି। କିନ୍ତୁ ତା’ର ପ୍ରତିବଦଳରେ ଚୀନ ଭାରତକୁ ଏପରି ଅପମାନ ଦେଇଛି। ଚୀନ ଗଣମାଧ୍ୟମର ସୂଚନା ଅନୁସାରେ ପ୍ରାୟ ୧୨ଶହ  ଲୋକ ଶୀତକାଳୀନ ଅଲିମ୍ପିକ୍ସ ଧରିବେ। ଆସନ୍ତାକାଲିଠୁ ଚୀନ୍ ଆୟୋଜନ କରୁଛି ଓ୍ୱିଣ୍ଟର ଅଲିମ୍ପିକ।

ସୂଚନା ମୁତାବକ,୨୦୨୦ ଜୁନ ମାସରେ ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ। ସେପଟେ ମାତ୍ର ୪ ଜଣ ସୈନ୍ୟ ମରିଥିଲେ ବୋଲି ଚୀନ ଦାବି କରୁଛି। କିନ୍ତୁ ଚୀନର ପ୍ରାୟ ୪୫ ସୈନ୍ୟ ମରିଥିବା ବିଭିନ୍ନ ଅନ୍ତର୍ଜାତୀୟ ଗୁଇନ୍ଦା ଏଜେନ୍ସି କହୁଛନ୍ତି । ଏହି ସଂଘର୍ଷ ପରେ ଉଭୟ ପକ୍ଷ ଏଲଏସିର ବିଭିନ୍ନ ଅଞ୍ଚଳରେ ଅଧିକ ସଂଖ୍ୟକ ସେନା ମୁତୟନ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com