ଓଡ଼ିଶା

‘ସେବା ଓ ସୁରକ୍ଷା’ ଓଡ଼ିଶା ପୁଲିସର ମୂଳ ମନ୍ତ୍ର ସହ ଚେତାବନୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଲୋକସେବା ଭବନରେ ସବୁ ଜିଲ୍ଲାର ଏସପିଙ୍କୁ ପୋଲିସ୍ ଓ ପ୍ରଶାସନ ଗୁରୁଦାୟିତ୍ବ ନେଇ ଗୁରୁମନ୍ତ୍ର ଦେବା ସହ ମାଓବାଦୀଙ୍କୁ କଡା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କିଛି ମାଓ ପୀଡିତଙ୍କୁ ଭେଟି ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଚେତାବନୀ ଦେଇସାରିଛନ୍ତି । ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓ ଲଢ଼େଇ ଶେଷ ହେବ କହିଛନ୍ତି । ତେଣୁ ଏବେ ମଧ୍ୟ ସମୟ ଅଛି, ହିଂସା ଛାଡ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ତେଣୁ ମୋର ପରାମର୍ଶ, ମାଓବାଦୀମାନେ ମୁଖ୍ୟ ସ୍ରୋତକୁ ଫେରି ଆସନ୍ତୁ । ସରକାର ସେମାନଙ୍କ ପାଇଁ ବ୍ୟବସ୍ଥା କରିବେ । ଦିନ ଥିଲା ସନ୍ଧ୍ୟା ହେଲେ ମାଓବାଦୀଙ୍କ ପାଇଁ କବାଟ ବନ୍ଦ ହେଉଥିଲା । ହେଲେ ଆଜି ସେ ସ୍ଥିତି ନାହିଁ l

ଏଥିପାଇଁ ପୋଲିସଙ୍କ ବଳିଦାନ ପ୍ରଶଂସନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଏହି ଲଢ଼େଇ ଶେଷ ପର୍ଯ୍ୟାୟରେ, କିଛି ସ୍ଥାନରେ ଆହ୍ବାନ ରହିଛି । ଯାହା ଖୁବ୍ ଶୀଘ୍ର ନିପାତ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com