ଓଡ଼ିଶା

୭ତାରିଖ ପର୍ଯ୍ୟନ୍ତ ଆବେଦନ କରିଥିବା ମହିଳାଙ୍କୁ ଅକ୍ଟୋବର ୯ ତାରିଖରେ ମିଳିବ ସୁଭଦ୍ରା ଟଙ୍କା: ପ୍ରଭାତୀ ପରିଡା

ଭୁବନେଶ୍ୱର: ଅପେକ୍ଷାର ଅନ୍ତ । ପୁଣି ଖାତାକୁ ଚଢିବ ସୁଭଦ୍ରା ଟଙ୍କା । ଅକ୍ଟୋବର ୯ ତାରିଖରେ ମିଳିବ ଦ୍ଵିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ଦିଆଯିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି ।

ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଏହି ଟଙ୍କା ପ୍ରଦାନ କରିବେ । ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଆବେଦନ କରିଥିବା ମହିଳାଙ୍କୁ ଟଙ୍କା ମିଳିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏଥର ପ୍ରାୟ ୪୦ ଲକ୍ଷ ମହିଳାଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୭ ଲକ୍ଷ ମହିଳା ସୁଭଦ୍ରା ପାଇଁ ଆବେଦନ କରିଛନ୍ତି । ଗତ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ମିଳିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୯୭ ଲକ୍ଷ ମହିଳା ସୁଭଦ୍ରା ସହାୟତା ପାଇଁ ଆବେଦନ କରିସାରିଲେଣି ।

ଯେଉଁମାନେ ବାଦ୍ ପଡିଯିବେ ସେମାନେ ପରବର୍ତ୍ତୀ ପର୍ଯ୍ୟାୟରେ ସାମିଲ ହେବେ । ପ୍ରଭାତି ପରିଡା ଆହୁରି ମଧ୍ୟ କହିଛନ୍ତି, ମାର୍ଚ୍ଚ ୮ ଯାଏଁ ସୁଭଦ୍ରା ଆବେଦନ ପାଇଁ ସମୟ ସୀମା ରହିଛି । ତେଣୁ ଯେଉଁମାନେ ଇ-କେଓ୍ବାଇସି ଭରିନାହାନ୍ତି ସେମାନେ ଭରିଲେ ଯଙ୍କା ନିହାତି ପାଇପାରିବେ ।

ତେବେ ଏହି ବାରିପଦା ସଭାରେ ଯେଉଁ ମହିଳା ଏହି ସହାୟତା ପାଇଁ ପ୍ରଥମେ ଆବେଦନ କରିଥିବେ ଓ ଯେଉଁ ମହିଳା ୧ କୋଟିରେ ସେମାନଙ୍କୁ ସଭାରେ ସମ୍ମାନିତ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com