ଓଡ଼ିଶା

ଚଳିତ ବର୍ଷ ଦିଲ୍ଲୀରେ ଦୀପାବଳିରେ ବାଣ ଫୁଟିବା ଉପରେ ରୋକ

ନୂଆଦିଲ୍ଲୀ, ୦୭/୦୯/୨୦୨୨ –  ଚଳିତ ବର୍ଷ ରାଜଧାନୀ ଦିଲ୍ଲୀରେ ବାଣ ଫୁଟିବା ଉପରେ ରୋକ ଲଗାଇଛନ୍ତି ସରକାର ଆପ ସରକାର । ଲାଗିଥିବା ରୋକ ନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ଏହି ନିଷେଧ ୧ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଜାରି ରହିବ । ସମସ୍ତ ପ୍ରକାର ବାଣ ଉତ୍ପାଦନ, ବିକ୍ରୟ, ଷ୍ଟୋର୍‌ ଏବଂ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।

ସେହିପରି ଅନଲାଇନ୍ ବିକ୍ରି ଉପରେ ମଧ୍ୟ ନିଷେଧାଦେଶ ରହିବ ଏବଂ ଏହି ନିଷେଧାଦେଶକୁ କଡାକଡି ଲାଗୁ କରିବା ପାଇଁ ରାଜସ୍ୱ ବିଭାଗ ସହ ଦିଲ୍ଲୀ ପୋଲିସ ଏବଂ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି  ଆଲୋଚନା ପରେ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବ । ରାଜ୍ୟରେ ଜାରି ରହିଥିବା ପରିବେଶ ପ୍ରଦୂଷଣକୁ ନଜରରେ ରଖି ଚଳିତ ବର୍ଷ ଦୀପାବଳିରେ  ଏଭଳି ନିଷ୍ପତ୍ତି ନିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com