ଓଡ଼ିଶା

ଇଲେକ୍ଟ୍ରିକାଲ୍ ଟ୍ରେଡର଼ସ ଆସୋସିଏସନର ୨୭ତମ ବାର୍ଷିକୋତ୍ସବ

କଟକ(ଜାୱେଦ ଅହମ୍ମଦ): ବିଜୁପଟ୍ଟନାୟକ ଛକ ଠାରେ ଥିବା ସାରଳା ଭବନ ଠାରେ କଟକ ଇଲେକ୍ଟ୍ରିକାଲ୍ ଟ୍ରେଡର଼ସ ଆସୋସିଏସନର ୨୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି l ଏହି କାର୍ଯକ୍ରମରେ ମୁଖ୍ୟଅତିଥି ଭାବେ ବାରବାଟୀ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଯୋଗଦେଇ ଥିଲେ l

ସମ୍ମାନୀତ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ ଯୋଗଦେଇ ଥିଲେ l ହାବେଲସ୍ ଇଣ୍ଡିଆ ଲିମିଟେଡର ଉପାଧକ୍ଷ ଦେବାଶିଷ ମିତ୍ର ଇଲେକ୍ଟ୍ରିକାଲ୍ ଟ୍ରେଡର଼୍ସ ଆସୋସିଏସନର ସଭାପତି ଜୟ ଅଗ୍ରୱାଲ, ଉପ ସଭାପତି କୈଳାଶ ସାହୁ ସମ୍ପାଦକ ସଞ୍ଜୟ ସେଠିଆ ,କୋଷାଧ୍ୟକ୍ଷ ପଙ୍କଜ ଗିରି, ଆଇନ ପରାମର୍ଶଦାତା ସତ୍ୟନାରାୟଣ ଗୋୟଲ ପ୍ରମୂଖ ମଞ୍ଚାସୀନ ଥିଲେ l

ଏହି ଅନୁଷ୍ଠାନ ବହୁତ ସାମାଜିକ କାର୍ଯ୍ୟ କରିଆସୁଛି l ଏହି କାର୍ଯକ୍ରମରେ ଗତ ମାଟ୍ରିକ୍ ପରୀକ୍ଷାରେ 90% ଉପରେ ରଖିଥିବା ଛାତ୍ର ଆର୍ଯ୍ୟନ ଗୁପ୍ତା, ଆଲୋକ କୁମାର ବର୍ମା, ପ୍ରଭାସିନି ଦେ ଓ ଅନ୍ୟ ମାନଙ୍କୁ ସମ୍ମାନୀତ କରାଯାଇଥିଲା l

ଏହି କାର୍ଯକ୍ରମକୁ ମେଡିଆ ପ୍ରଭାରୀ ଶୈଳେଶ କୁମାର ବର୍ମା ଉତ୍ସବର କାର୍ଯକ୍ରମକୁ ପରିଚାଳନା କରିବା ସହିତ ଅତିଥି ମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିଲେ, କାର୍ଯକ୍ରମ ଶେଷରେ ସମ୍ପାଦକ ସଞ୍ଜୟ ସେଠିଆ ଧନ୍ୟବାଦ ଅର୍ପଣ କରିଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com