ଭରତପୁର ଥାନା ମେଜର ବାନ୍ଧବୀ ମାମଲାରେ ବଦଳିଲେ ଭୁବନେଶ୍ୱର ଡିସିପି!: ପ୍ରତୀକ ସିଂହ
ଭୁବନେଶ୍ୱର: ଏସ୍ପି ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ୨୦ଟି ଜିଲ୍ଲାର ଏସ୍ପିଙ୍କ ବଦଳି ହୋଇଛି । ଏହି କ୍ରମରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ଦିଆଯାଇଛି । କଟକ ଡିସିପିଙ୍କର ମଧ୍ୟ ବଦଳି ହୋଇଛି ।
କମିଶନରେଟ ପୋଲିସ ଉପରେ ଭାରି ପଡିଛି ଭରତପୁର ଥାନା ମାମଲା । ଏକା ସାଙ୍ଗରେ ବଦଳିଛନ୍ତି କଟକ-ଭୁବନେଶ୍ୱର କମିଶନର ସଞ୍ଜୀବ ପଣ୍ଡା ଏବଂ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ସଞ୍ଜୀବଙ୍କୁ ଏଡିଜି ଟ୍ରେନିଂ, ବିପିଏସପିଏ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି l
୨୦୧୪ ବ୍ୟାଚ୍ ଆଇପିଏସ୍ ଅଫିସର ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳ ଏସ୍ପି କରି ବଦଳି କରାଯାଇଛି । କୁହାଯାଇଛି ଭରତପୁର ଥାନା ଓଡ଼ିଶା ପୋଲିସ ପାଇଁ ଆଣିଦେଇଥିବା ଲଜ୍ଜା ହିଁ ଏହି ଦୁହିଁଙ୍କର ବଦଳି ପଛର କାରଣ ।
ରାତି ଅଧାରେ ଥାନାକୁ ଅଭିଯୋଗ କରିବାକୁ ଆସିଥିବା ମେଜର ଏବଂ ତାଙ୍କର ବଗଦତ୍ତାଙ୍କୁ ପୋଲିସ ଯେଉଁପରି ଭାବେ ନିର୍ଯାତନା ଦେଲା ତାହା ସାରା ଦେଶରେ ଓଡ଼ିଶା ପୋଲିସର ମୁଣ୍ଡ ନୁଆଇଁ ଦେଇଥିଲା ।
ଏହାପରେ ବାର ଏବଂ ମେଡିକାଲରୁ ଫୁଟେଜ ସଂଗ୍ରହ କରି ଏକପାଖିଆ ଭିଡିଓ ଭାଇରାଲ କରି ପୀଡ଼ିତାଙ୍କର ଚରିତ୍ର ସଂହାର କରିବା ଏବଂ ଥାନା ଛାଡ଼ି ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ମେଳିକୁ ଅନୁମତି ଦେବା ମଧ୍ୟ ସିପି ଓ ଡିସିପିଙ୍କ ବଦଳି ପଚାର କାରଣ ହୋଇପାରେ ।