ଓଡ଼ିଶା

ବିଏସକେୱାଇ-ଗୋପବନ୍ଧୁ ଯୋଜନାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା, କଣ ଜାଣନ୍ତୁ

ଭୁବନେଶ୍ୱର: ବିଏସକେୱାଇ କାର୍ଡକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ସୂଚନା l ସେ କହିଛନ୍ତି, ରାଜ୍ୟରେ ଖୁବଶୀଘ୍ର ଏହି ଦୁଇ ଯୋଜନା ଲାଗୁ ହେବ । ରାଜ୍ୟର ୧ କୋଟି ପରିବାରର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ହେଲଥ କାର୍ଡ ।

ଏହା ସହିତ ଆୟୁଷ୍ମାନରେ ୬୭ ଲକ୍ଷ ପରିବାର ଅନ୍ତର୍ଭୁକ୍ତ ହେବେ l ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ବଳକା ୩୩ ଲକ୍ଷ ପରିବାର ସ୍ଵାସ୍ଥ୍ୟ ବୀମାରେ ସାମିଲ ହେବେ । ପ୍ରତି ପରିବାରକୁ ୫ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ମିଳିବ l

୭୦ବର୍ଷରୁ ଅଧିକ ବୟସ୍କ ଯୋଜନାରେ ସାମିଲ ହେବେ l ଦାଦନ ଶ୍ରମିକଙ୍କୁ ବି ମିଳିବ ଆୟୁଷ୍ମାନ ଭାରତ- ଗୋପବନ୍ଧୁ ଜନ ଆରୋଗ୍ୟ ସ୍ଵାସ୍ଥ୍ୟ ବୀମାର ଫାଇଦା ମିଳିବ । ୨୭ ହଜାରରୁ ଅଧିକ ହସ୍ପିଟାଲରେ କାମ କରିବ ଏହି କାର୍ଡ l

ଯୋଜନା ଲାଗୁ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଭାରତ ସରକାରଙ୍କ ସହ ଏମଓୟୁ ହେବ, ସେନେଇ ଚାଲିଛି ପ୍ରସ୍ତୁତି ।

Related Articles

Back to top button
WP Twitter Auto Publish Powered By : XYZScripts.com