ଜାତୀୟବାଣିଜ୍ୟ

ବଢିଲା ଏଲପିଜି ଗ୍ୟାସ ଦର; ବ୍ୟବସାୟୀ ଅସନ୍ତୋଷ

ନୂଆଦିଲ୍ଲୀ: ଗ୍ରାହକଙ୍କ ରୋଷେଇ ଘରେ ଝଟକା । ପାର୍ବଣ ସମୟରେ ଗ୍ରାହକଙ୍କୁ ଝଟକା । ଅକ୍ଟୋବର ମାସ ଆରମ୍ଭରୁ ପୁଣି ବଢିଲା କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦର । ୧୯ କେଜି ସିଲିଣ୍ଡର ଦର ୪୮ ଟଙ୍କା ୫୦ ପଇସା ବଢ଼ିଛି ।

ଆଜି ଠାରୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ କାର୍ଯ୍ୟକାରୀ ହୋଇଛି । ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ କିନ୍ତୁ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ଦର ବଢିବା ପରେ ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୭୪୦ ଟଙ୍କାରେ ପହଞ୍ଚିଛି ।

ସେହିପରି ମୁମ୍ବାଇରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦର ୧୬୯୨.୫୦ ଟଙ୍କା, କୋଲକାତାରେ ୧୮୫୦.୫୦ ଟଙ୍କା ଏବଂ ଚେନ୍ନାଇରେ ୧୯୩୦ ଟଙ୍କାରେ ଗ୍ୟାସ୍ ଉପଲବ୍ଧ ହେବ । ଆଜି ଠାରୁ ଦେଶରେ ଏହି ଦର ଲାଗୁ ହୋଇଛି ।

ଜୁଲାଇ ପହିଲାରେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ଦର ହ୍ରାସକରିଥିଲେ ଏବଂ ରାଜଧାନୀ ଦିଲ୍ଲୀରେ ଏହି ସିଲିଣ୍ଡରର ମୂଲ୍ୟ ୩୦ ଟଙ୍କା ହ୍ରାସ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ମାସରେ ଅର୍ଥାତ୍ ଅଗଷ୍ଟ ୨୦୨୪ ରେ, ୧୯ କେଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୮.୫୦ ଟଙ୍କା ବୃଦ୍ଧି ପାଇଥିଲା। ସେପ୍ଟେମ୍ବରରେ ମଧ୍ୟ ସିଲିଣ୍ଡର ପିଛା ୩୯ ଟଙ୍କା ବୃଦ୍ଧି କରାଯାଇଥିଲା ।

କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡରା ଦାମ ବଢ଼ିବା ଯୋଗୁ ରେଷ୍ଟୁରାଣ୍ଟ, ହୋଟେଲ, ଢ଼ାବାରେ ଖାଇବା ମହଙ୍ଗା ହେବ । କମର୍ସିଆଲ ଏଲପିଜି ଗ୍ୟାସ୍ ସିଲିଣ୍ଡରଗୁଡିକ ଏହି ସ୍ଥାନଗୁଡିକରେ ସ୍ୱତନ୍ତ୍ର ଭାବରେ ବ୍ୟବହୃତ ହୁଏ ।

ଏହାପୂର୍ବରୁ ସେପ୍ଟେମ୍ବର ମାସରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦର ପ୍ରାୟ ୩୯ ଟଙ୍କା ବୃଦ୍ଧି ପାଇଥିଲା । ସେହିପରି ଅଗଷ୍ଟ ମାସରେ ୮ରୁ ୯ ଟଙ୍କା ବୃଦ୍ଧି ପାଇଥିଲା । ତେବେ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ କମ୍ପାନୀଗୁଡ଼ିକ କୌଣସି ପରିବର୍ତ୍ତନ କରିନାହାଁନ୍ତି। ପୂର୍ବ ପରି ଏହା ୮୩୦ ଟଙ୍କାରେ ଉପଲବ୍ଧ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com